spot_img

Latest Posts

ସାବିତ୍ରୀ ବ୍ରତ ଲାଗି ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ସାବିତ୍ରୀ ଅମାବାସ୍ୟାରେ ମହାପ୍ରସାଦ ପାଇବେ ଭକ୍ତ। ଏନେଇ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଟୋକନ ମାଧ୍ୟମରେ ଭକ୍ତଙ୍କୁ ଯୋଗାଇ ଦିଆଯିବ ମହାପ୍ରସାଦ।  ମହାପ୍ରସାଦ ପାଇଁ ଅସମ୍ଭବ ଭିଡ଼ ସମ୍ଭାବନାକୁ ନିଜରରେ ରଖି ସୁଆର ମହାସୁଆର ନିଯୋଗ ପକ୍ଷରୁ ଟୋକନ ବ୍ୟଵସ୍ଥା କରାଯାଇଛି। ଉତ୍ତର ଓ ଦକ୍ଷିଣ ଦ୍ୱାରରେ କୋଭିଡ କଟକଣାରେ ମହାପ୍ରସାଦ ପାଇବେ ଭକ୍ତ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି  । ସୁଆର ମହାସୁଆର ନିଯୋଗ ମଧ୍ୟ ସମସ୍ତ ସହଯୋଗ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ମଧ୍ୟକୁ କୌଣସି ଭକ୍ତ ତଥା ଶ୍ରଦ୍ଧାଳୁ ଯିବେ ନାହିଁ । ସେବାୟତ ମାନଙ୍କ ଦ୍ୱାରା ବ୍ରତ ପୂଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି । ଶ୍ରୀମନ୍ଦିର ମଧ୍ୟରେ ଥିବା ଭୁବନେଶ୍ୱରୀ ମନ୍ଦିରରେ ସ୍ଥାପିତ ହୋଇଥିବା ସାବିତ୍ରୀଙ୍କ ନିକଟରେ ବ୍ରତ ପୂଜନ କରାଯିବ।

ତେବେ ଭକ୍ତ ଶ୍ରଦ୍ଧାଳୁ ମାନେ ସାବିତ୍ରୀ ଦିନ ମହାପ୍ରସାଦ ଚାହିଦାକୁ ନଜର ରେ ରଖି ମହାପ୍ରସାଦ କିଭଳି ସୁବ୍ୟବସ୍ଥିତ ଢଙ୍ଗରେ ପାଇବେ ସେଥିପାଇଁ ପ୍ରଶାସନ ଓ ସୁଆର ମହାସୁଆର ନିଯୋଗ ପକ୍ଷରୁ ମିଳିତ ଭାବେ ଟୋକନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିନ ୧୧ଟା ପରେ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାର ନିକଟରେ ଅସ୍ଥାୟୀ ମହାପ୍ରସାଦ ବିକ୍ରି ସେଡରେ ମହାପ୍ରସାଦ ଟୋକନ ମାଧ୍ୟମରେ ମିଳିବାକୁ ଥିବା ବେଳେ ପାର୍କିଙ୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ତେବେ କୋଭିଡ ଗାଇଡ଼ ଲାଇନ ଅନୁପାଳନ କରି ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରସାଦ କିଣିବେ ସେନେଇ ନଜର ରଖାଯିବ। ଅପରପକ୍ଷେ କରୋନା କଟକଣା ଯୋଗୁଁ ଘରେ ରହି ସମସ୍ତେ ବ୍ରତ ପାଳନ କରୁଛନ୍ତି ।

Latest Posts

Don't Miss