ରାଜଧାନୀରୁ ଉଠେଇଲେ, ଖୋର୍ଦ୍ଧାରେ ଫିଙ୍ଗି ଦେଲେ

1 min read

ଭୁବନେଶ୍ୱର: ରାଜଧାନୀରେ ଦୁଷ୍କର୍ମ କଲେ, ଖୋର୍ଦ୍ଧା ନେଇ ଯୁବତୀଙ୍କୁ ରାସ୍ତା କଡ଼କୁ ଫିଙ୍ଗିଦେଲେ। ଏପରି ଏକ ଘଟଣାର ଅଭିଯୋଗର ତଦନ୍ତ ଆରମ୍ଭ କରି ଖଣ୍ଡଗିରି ଥାନା ପୋଲିସ ଜଣଙ୍କୁ ଅଟକ ରଖି, ଅନ୍ୟ ମାନଙ୍କ ସଂପୃକ୍ତି ନେଇ ଖୋଳତାଳ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଚଳନ୍ତା କାରରୁ ଯୁବତୀ ଜଣଙ୍କୁ ଠେଲି ଦିଆଯାଇଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି । ଯୁବତୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଖୋର୍ଦ୍ଧା ପ୍ରାଣନାଥ କଲେଜ ନିକଟସ୍ଥ ୧୬ ନଂ ଜାୟୀୟ ରାଜପଥ କଡ଼ରୁ ଉଦ୍ଧାର କରାଯାଇଛି ।  ରାସ୍ତା କଡ଼ରେ ପଡ଼ିଥିବା ବେଳେ କିଛି ସ୍ଥାନୀୟ ଯୁବକ ଅଗ୍ନିଶମ ଅଫିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପୀଡିତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲା ।

ବୁଧବାର ରାତି ପ୍ରାୟ ୧୨ଟାରେ ପୀଡ଼ିତାଙ୍କ ଲିଖିତ ଅଭିଯୋଗ ପାଇବା ପରେ ଏସପିଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମାମଲାକୁ ଖଣ୍ଡଗିରି ଥାନାକୁ ହସ୍ତାନ୍ତର କରିଥିଲେ ।

ପୋଲିସ ସୂଚନା ଅନୁଯାୟୀ, ଖୋର୍ଦ୍ଧା ପୋଲିସ ଏବଂ ଖଣ୍ଡଗିରି ପୋଲିସ ପୀଡ଼ିତାଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ')}

Leave a Reply