୩ ବର୍ଷ ହେବ ପ୍ରେମ ସଂପର୍କରେ ଥିଲେ: ଧୋକା ଦେଲା ବୋଲି ଏମିତି କାଣ୍ଡ ରଚାଇଲେ ଯୁବତୀ

ନୂଆପଡ଼ା: ଧୋକାବାଜ ପ୍ରେମିକକୁ ଏସିଡ୍‌ ମାଡ । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକା ସହ ୨ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନୂଆପଡ଼ା ଜିଲ୍ଲା ଲଖନାଥାନା ବଙ୍ଗାମୁଣ୍ଡା ଗାଁର ଆଲୋକ କୁମାର ସାହୁଙ୍କ ସହ ଲଖନା ଗାଁର ଜନୈକ ଯ଼ୁବତୀଙ୍କ ୩ବର୍ଷ ହେବ ପ୍ରେମ ସଂପର୍କ ଥିଲା । ଯୁବକ ଜଣକ ଯୁବତୀଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ଆଲୋକଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥଲା । ନଭେମ୍ବର ୧୦ତାରିଖରେ ବିବାହ ତାରିଖ ସ୍ଥିର ହୋଇଥିଲା । ଏନେଇ ପ୍ରେମିକା ଜଣକ ପ୍ରେମିକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ।

ଶେଷରେ ପ୍ରେମରେ ବିଫଳ ହୋଇ ମହିଳାଜଣକ ଚରମ ପଦକ୍ଷେପ ନେଇଥିଲେ । ପୂର୍ବ ଯୋଜନା ମୁତାବକ ନିଜ ସହଯୋଗୀଙ୍କ ସହ ମିଶି ନଭେମ୍ବର ୭ତାରିଖରେ ପ୍ରେମିକା ଜଣକ ପ୍ରେମିକ ଆଲୋକଙ୍କ ଉପରକୁ ଏସିଡ୍‌ ମାଡ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଲଖନା ପୋଲିସ ଅଭିଯୁକ୍ତ ପ୍ରେମିକାସମେତ ଅନ୍ୟ ୨ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଘଟଣାରେ ପୋଲିସ ପୂର୍ବରୁ ୩ଜଣଙ୍କୁ ଗିରଫ କରିଥିଲା ।

Leave a Reply