ସିନ୍ଦୂର ମାଗିବାରୁ ଯବାନ ଦେଲେ ଭିଡ଼ିଓ ଭାଇରାଲର ଧମକ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଲଭ୍‌, ସେକ୍ସ, ଧୋକା । ବିଏସ୍‌ଏଫ୍‌ ଅଧିକାରୀଙ୍କ ହେଟ୍‌ ଷ୍ଟୋରୀ । ନମ୍ବର ଏକ୍ସଚେଞ୍ଜ, ହ୍ୱାଟସ୍‌ଆପ୍‌ରେ ମିଠା ମିଠା କଥା ଏବଂ ପରେ ପ୍ରେମ ସମ୍ପର୍କ । ପ୍ରେମ ପରେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ ଓ ହତ୍ୟା ଧମକ । ସିନ୍ଦୂର ମାଗିବାରୁ ଖଳନାୟକ ସାଜିଲେ ଯବାନ ପ୍ରେମିକ ପ୍ରବର । ଅଶ୍ଳିଳ ଭିଡ଼ିଆ ଡିଲିଟ କରିବା ପାଇଁ ଲକ୍ଷାଧିକ ଟଙ୍କା ମାଗି କରୁଥିଲେ ବ୍ଲ।କମେଲିଂ। ଜଟଣୀ ବିଏସଏଫ୍‌ କ୍ୟାମ୍ପରେ କାର୍ଯ୍ୟରତ ଥିବା ଡିଏସପି ର‍୍ୟାଙ୍କର ଅଧିକାରୀ ମନୋଜ ମହାକୁଡଙ୍କ ନାଁରେ ମହିଳା ଥାନାରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ମନୋଜଙ୍କ ଘର ଜଗତସିଂହପୁର ଜିଲ୍ଲା ଚାଷୀଖଣ୍ଡ ଅଞ୍ଚଳରେ ।

ସୂଚନା ଅନୁଯାୟୀ, ୨୦୧୭ ମସିହାରେ ସଂପୃକ୍ତ ଯୁବତୀଙ୍କ ସହିତ ଯବାନଙ୍କର ଏକ ବିଲଡର ସଂସ୍ଥାରେ ଦେଖା ହୋଇଥିଲା । ଯୁବତୀ ଜଣଙ୍କ ବିଲଡର ସଂସ୍ଥାରେ ଏଜେଣ୍ଟ ଭାବେ କାମ କରୁଥିଲେ । ଜାଗାବାଡି କିଣାବିକାକୁ ନେଇ ଫୋନ ନମ୍ବର ଦିଆନିଆ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପରବର୍ତ୍ତି ସମୟରେ ମନୋଜ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅନିଚ୍ଛା ସତ୍ତ୍ୱେ ବାରମ୍ବାର ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି।

ସରଳତାର ଫାଇଦା ଉଠାଇ ଭିଡ଼ିଓ କରିଥିଲେ ଯବାନ ଜଣକ । ବିବାହ ପାଇଁ ଯୁବତୀ ଜଣକ କହିବାରୁ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିବା ଓ ହତ୍ୟା ଧମକ ଦେଇଥିଲେ ଯବାନ ଜଣକ । ଅଭିଯୋଗ ପରେ ମନୋଜଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ପତିକ୍ରିୟା ମିଳିପାରିନି।

Leave a Reply