ମଦ ଦୋକାନରେ ନିଆଁ ଲଗାଇ ଦେଲେ ମହିଳା

ଆସିକା: ମଦ ବିକ୍ରିକୁ ନେଇ ଦୀର୍ଘ ଦିନର ପୂଞ୍ଜିଭୂତ ଅସନ୍ତୋଷ ଆଜି ନିଆଁରେ ପରିଣତ ହୋଇଛି । ସଂସାରକୁ ଛାରଖାର୍ କରି ଦେଉଥିବା ମଦ ଦୋକାନକୁ ଭାଙ୍ଗିବା ସହ ଜାଳି ଦେଇଛନ୍ତି ଶହ ଶହ ମହିଳା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ.ବରିଡ଼ା ଗାଁରେ ଥିବା ବିଦେଶୀ ଦୋକନରେ ମହିଳାମାନେ ପୋଡ଼ି ଦେଇଛନ୍ତି । ଗାଁରେ ମଦ ଦୋକାନ ଥିବାରୁ ମହିଳାମାନେ ସବୁବେଳେ ପ୍ରତିବାଦ କରୁଥିଲେ । ଏଥିଯୋଗୁଁ ପ୍ରାୟତଃ ଗାଁରେ ଗଣ୍ଡଗୋଳ ହେଉଥିଲା । ମଦ ଦୋକାନ ଭଙ୍ଗାରୁଜା ପୋଡ଼ାଜଳା ପରେ ଏବେ ଗାଁରେ ସ୍ଥିତି ଗମ୍ଭୀର ରହିଛି ।

Leave a Reply