ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ

1 min read

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ପାଣି ସୁଅରେ ଭାସିଯାଉଥିବା ବେଳେ ମରଣ ମୁହଁରୁ ଉଦ୍ଧାର ପାଇଛନ୍ତି ମହିଳା । ହିନ୍ଦୋଳ ଥାନା ବହଲୁଣ୍ଡ ଗାଁ ବଡଜୋରା ନାଳରେ ଭାସିଯାଉଥିବା ବେଳେ ଏକ ଡାଳକୁ ଧରି ପାକାଇଥିଲେ । ଏମିତିକି ଡାଳକୁ ଧରି ସାରା ରାତି ସେମିତି ରହିଥିଲେ ମହିଳା ଜଣକ । ଆଉ ଶେଷରେ ପରଦିନ ସକାଳୁ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର ପାଇଛନ୍ତି ମହିଳା ଜଣକ । ସେ ଏବେ ସୁସ୍ଥ ଥିବା ବେଳେ ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । । ')}

Leave a Reply