ରାସ୍ତାକୁ ଓହ୍ଲାଇରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳା

ରାୟଗଡ଼ା: ତିନୋଟି କିସ୍ତିରେ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିଲାଣି । ହେଲେ ଏପର୍ଯ୍ୟନ୍ତ ସୁଭଦ୍ରା ଯନ୍ତ୍ରଣା କମିବାର ନାଁ ନେଉନାହିଁ । ବହୁ ମହିଳା ଏହି ଯୋଜନାରୁ କଟିଛନ୍ତି । ସୁଭଦ୍ରା ଯୋଜନାରୁ ବଞ୍ଚିତ ରାୟଗଡ଼ ବ୍ଲକ ହାତିବାଡି ଗାଁର ମହିଳାମାନେ ପ୍ରତିବାଦରେ କରିଛନ୍ତି ରାସ୍ତାରୋକ୍ ।

ମହିଳାମାନେ ପାରଳାଖେମୁଣ୍ଡିରୁ ମୋହନା ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରମ୍ବାର ଅନଲାଇନରେ ନିଜର ଆବେଦନ ଓ ତଥ୍ୟ ଦାଖଲ ସତ୍ତ୍ୱେ ଆକାଉଣ୍ଟକୁ ସୁଭଦ୍ରା ସହାୟତା ଟଙ୍କା ଆସିନାହିଁ । ଶେଷରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରକୁ ଯୋଗାଯୋଗ କରିଥିଲେ ଗାଁର ମ‌ହିଳା । ହେଲ୍ପ ଲାଇନରୁ ମହିଳାଙ୍କ ନାମରେ ୩ରୁ ୪ ଏକର ଜମି ରହିଥିବା କୁହାଯାଇଥିଲା । ତେଣୁ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବୋଲି କୁହାଯିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳାମାନେ । ଗାଁର ଅଧିକାଂଶ ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇ ରାଜ ରାସ୍ତାକୁ ଓହ୍ଲାଇଥିଲେ । ଖବରପାଇ ରାୟଗଡ଼ ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧରୁ ହଟିଥିଲା ମହିଳା ।

ନଜର ପକାନ୍ତୁ