ଲକଡାଉନ୍, ସଟ୍‌ଡାଉନର ଫାଇଦା ଉଠାଉଥିଲେ ମଦ ମାଫିଆ ଏବେ ପରିସ୍ଥିତି ଏମିତି

ଗଞ୍ଜାମ: ଗଞ୍ଜାମରେ ମାତିଛନ୍ତି ନିଶା ମାଫିଆ  । କୋରୋନା ମହାମାରୀଠୁ ବଳିଯାଇଛି ଚୋରା ମଦର ଦୌରାତ୍ମ୍ୟ । ଲକଡାଉନ୍, ସଟ୍‌ଡାଉନର ଫାଇଦା ଉଠାଉଛନ୍ତି  ।  ଗତ ୩ ତାରିଖରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଘଟିଥିବା ମଦ ମୃତ୍ୟୁକୁ ଏକ ମାସ ପୂରିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇନାହିଁ  । କିନ୍ତୁ ଗାଁରେ ଚୋରା ମଦ କାରବାର ଖୁଲମଖୁଲା ଚାଲିଥିବାକୁ  ନେଇ ଅସନ୍ତୋଷ ଓ ପ୍ରତିବାଦ  । ଚୋରା ମଦ କାରବାରକୁ ବନ୍ଦ କରିବା ଦାବିରେ ୨୦୦୦ରୁ ଅଧିକ ମହିଳା ଓ ପୁରୁଷ ଜାତୀୟ ରାଜ ପଥ ଅବରୋଧ କରିବା ସହ ଭେଜିପୁଟ ଫାଣ୍ଡି ଭିତରକୁ ଧସେଇ ପଶିଥିଲେ । ଘଟଣା ସ୍ଥଳରେ, ଛତ୍ରପୁର ଏସଡିପିଓ ,ଖଲ୍ଲିକୋଟ ଥାନା ଅଧିକାରୀ ପହଞ୍ଚି ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ତେଜନା ଲାଗିରହିଛି ।

ସୁଚନା ଅନୁସାରେ, ଖଲ୍ଲିକୋଟ ଥାନା ଅଧୀନ ଗୁହାରିଆପାଟ, ସାକିରୀ, ନାରାୟଣୀ ଖୋଲର ବାଦପଲ୍ଲୀ, କମାରସିଂ, ସୁଜନ ସାହି, ଲାଖପଡା, ଗୁଣ୍ଡୁରୁପଲ୍ଲୀ, ମରିଇନୂଆଗାଁ ଅଞ୍ଚଳରେ ଚାଲିଛି ନକଲି ମଦର ଖୁଲାମ ଖୁଲା କାରବାର । ସେଠାରେ କେଉଁଠି ମାଟିହାଣ୍ଡିରେ ତ କେଉଁଠି ରସହାଣ୍ଡିରେ ମଦ ରନ୍ଧା ଯାଉଛି । ମଦ ପ୍ରସ୍ତୁତ ହେବା ପରେ ପଲଥିନରେ ପୂରାଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ତଥା ଜିଲ୍ଲା ବାହାରକୁ  ଚାଲାଣ ହେଉଛି।

ଏବଂ ତକେବଳ ମଦକାରବାର ଯୋଗୁଁ ହିଁ ଅପରାଧ ବଢିବାରେ ଲାଗୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଘରେ ଘରେ ଅଶାନ୍ତି ଲାଗି ରହିବା ସହ ଚୋରି ଡକାୟତି ମଧ୍ୟ ବଢୁଛି । ଜିଲ୍ଲାରେ ଅନେକ ବାର ମଦମୃତ୍ୟୁ ହୋଇଛି  । ତଥାପି ସ୍ଥିତି ସୁଧାରିବା ପାଇଁ କେହି ଦୃଷ୍ଟି ଦେଉନଥିବାରୁ ଅସନ୍ତୋଷ ବଢ଼ି ଚାଲଥିବା ଅଭିଯୋଗ ହୋଇଛି ।

Leave a Reply