ମଦ ଦୋକାନକୁ ବିରୋଧ କରି ଯାଜପୁରରେ ରାସ୍ତାରୋକ

1 min read

ଯାଜପୁର: ମଦ ଦୋକାନକୁ ବିରୋଧ କରି ରାସ୍ତାରୋକ କରିଛନ୍ତ ମହିଳା। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ପତରାଜପୁରଠାରେ ବିଦେଶୀ ମଦ ଦୋକାନକୁ ବିରୋଧ କରି ସ୍ଥାନୀୟ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ମଦ ଦୋକାନ ଯୋଗୁ ସ୍ଥାନୀୟ ଅଞ୍ଚଳ ବେଶ ପ୍ରଭାବିତ ହେଉଛି। ରାତିରେ ଏହି ଅଞ୍ଚଳ ପାଲଟୁଛି ମଦୁଆଙ୍କ ଆଡ୍ଡାସ୍ଥଳୀ । ପାଖରେ ଥିବା ବିଦ୍ୟାଳୟର ପିଲାମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ନିଶାସକ୍ତ ବ୍ୟକ୍ତିଙ୍କ ପାଇଁ ମହିଳା ମାନେ ବେଶି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଦ ଦୋକାନକୁ ବିରୋଧ କରି ମହିଳାମାନେ ପୂର୍ବରୁ ମଧ୍ୟ ମଦ ଦୋକାନ ଭଙ୍ଗା ରୁଜା କରିଥିଲେ। ବାଲିଚନ୍ଦ୍ରପୁର ପୋଲିସ ବୁଝାସୁଝା କରିବା ପରେ ମହିଳାମାନେ ଆନ୍ଦୋଳନରୁ ହଟିଥିଲେ ।

ତେବେ ବାରମ୍ବାର ଏଭଳି ସମସ୍ୟା ଲାଗି ରହିଥିବାରୁ ମହିଳାମାନେ ବାଲିଚନ୍ଦ୍ରପୁର- ଇନ୍ଦୁପୁର ରାସ୍ତାର ପତରାଜପୁରଠାରେ ରାସ୍ତାରେ ବସି ପ୍ରତିବାଦ କରିଛନ୍ତି । ମଦ ଦୋକାନ ଉଚ୍ଛେଦ କରା ନଗଲେ ଆନ୍ଦୋଳନ ତୀବ୍ର ହେବ ବୋଲ ମହିଳାମାନେ ଚେତାବନୀ ଦେଇଛନ୍ତି।

Leave a Reply