ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ନାରୀଶକ୍ତି

1 min read

ନୂଆଦିଲ୍ଲୀ : ଏଥର ସ୍ବତନ୍ତ୍ର ହେବ ଗଣତନ୍ତ୍ର ଦିବସ ପରେଡ । ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ନାରୀଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହେବେ ମହିଳା ଯବାନ । ସେହିପରି ନାଭାଲ କଣ୍ଟିଜେଣ୍ଟର ଲିଡ୍ କରିବେ ମହିଳା ଅଫିସର । ୧୪୪ଜଣିଆ ଟିମକୁ ମହିଳା ଅଫିସର ଲିଡ କରିବେ । ୪ଦଶନ୍ଧୀ ଧରି ଦେଶର ସୁରକ୍ଷାରେ ନିୟୋଜିତ I L-38 ଏୟାରକ୍ରାଫ୍ଟ ଶେଷଥର ଲାଗି ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବ ।

ସେହିପରି ଏଥର ଗଣତନ୍ତ୍ର ଦିବସ ପରେଡରେ ମେଡ ଇନ ଇଣ୍ଡିଆ ଯୁଦ୍ଧାସ୍ତ୍ର ସାମିଲ କରାଯିବ । ଆତ୍ମନିର୍ଭର ଭାରତକୁ ଫୋକସ କରି ଏଥର ପରେଡରେ କେବଳ ଭାରତରେ ନିର୍ମିତ ଯୁଦ୍ଧାସ୍ତ୍ର ସାମିଲ କରାଯିବ ବୋଲି ମେଜର ଜେନେରାଲ ଭବନୀଶ କୁମାର ସୂଚନା ଦେଇଛନ୍ତି । ଏହାଛଡ଼ା ୨୧ ତୋପର ସଲାମି ପାଇଁ ମଧ୍ୟ ବ୍ରିଟିଶ ସମୟର ୨୫ପାଉଣ୍ଡର ଗନ୍ ବଦଳରେ ୧୦୫ ଏମଏମର ଇଣ୍ଡିଆନ ଫିଲ୍ଡ ଗନ ସାମିଲ କରାଯିବ ।

ଚଳିତବର୍ଷ କର୍ତ୍ତବ୍ୟ ପଥ ପରେଡରେ ପ୍ରଥମ ଥର ଲାଗତି ଅଗ୍ନିବୀର ସାମିଲ ହେବେ । ଏଥର ମାର୍ଚିଂରେ ସେନାର ୬ଟି କଣ୍ଟିଜେଣ୍ଟ ସାମିଲ ହେବ । ମୋଟ ୧୬ଟି କଣ୍ଟଜେଣ୍ଟ ପରେଡରେ ସାମିଲ ହେବେ । ଦିଲ୍ଲୀ ପରେଡରେ ଚଳିତ ବର୍ଷ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଇଲ ସିସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିବେ ।