ଗୁଣି ଗାରେଡ଼ି ସନ୍ଦେହରେ ମାଇଁକୁ ମାରିଲା ଭଣଜା, କଟାମୁଣ୍ଡ ସହ ଥାନାରେ କଲା ଆତ୍ମସମର୍ପଣ

ଉଦଳା: ସମ୍ପର୍କରେ ରକ୍ତର ଛିଟା । ଅନ୍ଧବିଶ୍ୱାସ ନେଲା ମାଇଁର ମୁଣ୍ଡ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କରକଚିଆ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୁଣି ଗାରେଡ଼ି ସନ୍ଦେହରେ ମାଇଁକୁ ମାରିଛି ଭଣଜା । ରକ୍ତ ପିପାଶୁ ଭଣଜା ମାଇଁକୁ ମାରିବା ପରେ ଶେଷରେ କଟାମୁଣ୍ଡ ସହ ଥାନାରେ ଆତ୍ମସମର୍ପଣ କରିଛି ।

ଅଭିଯୁକ୍ତ ବୁଦ୍ଧିରାମ ସିଂର ଝିଅକୁ ଜ୍ୱର ହୋଇଥିଲା । ତାକୁ ସେ ଉଦଳା ମେଡିକାଲରେ ଦେଖାଇଥିଲେ । କିନ୍ତୁ, ଜର ଭଲ ହୋଇନଥିଲା । ପରେ ସ୍ଥାନୀୟ ଗୁଣିଆକୁ ଡାକି ଝିଅର ଝଡ଼ାଫୁଙ୍କା କରିଥିଲେ । କିନ୍ତୁ, ୫ ଦିନ ତଳେ ୭ ବର୍ଷର ନାବାଳିକା ଝିଅର ମୃତ୍ୟୁ ହୋଇଥିଲା । ଏଥିପାଇଁ ମାଇଁ ଚମ୍ପା ସିଂହଙ୍କୁ ଦାୟୀ କରିଥିଲା ବୁଦ୍ଧିରାମ । ଶେଷରେ ସେ ମାଇଁକୁ ହତ୍ୟା କରିବା ସହ କଟାମୁଣ୍ଡ ନେଇ ଥାନାରେ ଆତ୍ମସମର୍ପଣ କରିଛି ।

Leave a Reply