spot_img

Latest Posts

ସ୍ମାର୍ଟସିଟିରେ ସେକ୍ସ ଆଳରେ ଲୁଟ୍, ଟାର୍ଗେଟରେ ଷ୍ଟେସନକୁ ଯାଉଥିବା ଯାତ୍ରୀ

ଭୁବନେଶ୍ୱର: ସ୍ମାର୍ଟସିଟିରେ ସେକ୍ସ ଆଳରେ ଲୁଟ୍ । ମିଡନାଇଟରେ ମାତିଥିଲେ ମୁନି ଗ୍ୟାଙ୍ଗ । ଟାର୍ଗେଟରେ ଷ୍ଟେସନକୁ ଯାଉଥିବା ଯାତ୍ରୀ । ଜନପଥରେ ବୁଲୁଛନ୍ତି । ଇସାରା ଦେଇ ଅନ୍ଧାରିଆ ଗଳି ରାସ୍ତାକୁ ଡାକୁଛନ୍ତି। ଆଉ ଏକୁଟିଆ ଦେଖି ଲୁଟି ନେଉଛନ୍ତି। ପାଟି କଲେ ରେପ୍ କେସର ଧମକ ଦେଉଛନ୍ତି ମାୟାବିନୀ । ବନ୍ଧା ହେଲେ ୨ ଲେଡି ଲୁଟେରା ।

ଟିକେ ଭଲ କରି ଦେଖନ୍ତୁ ଏ ଭିଜୁଆଲକୁ । ରୋଡ ରୋମିଓଙ୍କ ରୋମିଓଗିରି ନୁହେଁ । ସୁନ୍ଦରୀ ମାନେ ଜାଲରେ ଫସାଇ କରୁଛନ୍ତି ବ୍ଳାକମେଲ୍ । ଦିନ ଦ୍ବିପ୍ରହରରେ ବିଚ୍ ଜଣେ ଯୁବକଙ୍କୁ ରାସ୍ତା ଉପରେ ଟଣା ଓଟରା କରୁଛନ୍ତି । ଯୁବକ ଜଣଙ୍କୁ ଧମକାଇ ମାରୁଛନ୍ତି । ସେହିପରି ଆଉ ଏକ ଭିଜୁଆଲରେ ଦୁଇଜଣ ଲେଡି ଆଉ ଜଣେ ଯୁବକଙ୍କ ଘେରିଛନ୍ତି। ଜଣେ ସାର୍ଟକୁ ଧରିଥିବା ବେଳେ ଆଉ ଜଣେ ହାତରେ ପଥର ଧରି ଛିଡା ହୋଇଛି। ଅଶୀଳ୍ଳ ଭାଷାରେ କଥା ହେବା ଟଙ୍କା ମାଗିବା ସହିତ ବାଇକ ଚାବି ଛଡାଇବାକୁ ଉଦ୍ୟମ କରୁଛନ୍ତି।

ଯୁବକ ଜଣଙ୍କ ବିକଳରେ କାନ୍ଦିବା ସହିତ ଦୁଇ ଜଣଙ୍କ ଗୋଡ ହାତ ଧରି ଛାଡି ଦେବାକୁ ନେହୁରା ହେଉଛନ୍ତି । ରାତି ସାଢେ ୪ଟା ବେଳେ ଭୁବନେଶ୍ୱର ପପୁ ଦିଗାଲ ଚେନ୍ନାଇ ଯିବା ପାଇଁ ଟିକେଟ କାଟିବ ପାଇଁ ଷ୍ଟେସନ ଯାଇଥିଲେ । ଟିକେଟ କାଟି ଫେରୁ ଥିବା ବେଳେ ଦୁଇ ଲେଡି ଟାର୍ଗେଟ୍ କରିଥିଲେ । ଇସାରା ଦେଇ ଡାକି ଯାବୁଡି ଧରିଥିଲେ। ପାଟି କଲେ ରେପ୍ କେସ୍ ଦେବାକୁ କହି ମୋବାଇଲ ଓ ଟଙ୍କା ଛଡାଇ ନେଇଥିଲେ।

Latest Posts

Don't Miss