କାବୁଲ ରାସ୍ତାକୁ ଓହ୍ଲାଇଲେ ମହିଳା, କହିଲେ ଆମେ ୨୦ ବର୍ଷ ତଳର ନାରୀ ନୁହେଁ

କାବୁଲ: ଆଫଗାନିସ୍ତାନରେ ସତ୍ତା ସମ୍ଭାଳୁଛି ତାଲିବାନ। ଆଉ ତାଲିବାନୀ ଶାସନ ଆରମ୍ଭ ସହ ସରିୟତ ଆଇନ ମୁତାବକ ମହିଳାଙ୍କ ଅଧିକାର ନିର୍ଦ୍ଧାରିତ କରାଯାଇଛି । ହେଲେ ଏହା ବିରୋଧରେ କାବୁଲରେ ବୁର୍ଖା ପିନ୍ଧା ମହିଳା ମାନେ ମୋର୍ଚ୍ଚା ଆରମ୍ଭ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଉ ସମାନ ଅଧିକାର ପାଇଁ ଦାବି ମଧ୍ୟ କରିଛନ୍ତି ।

ଏହି ମହିଳାମାନେ କାବୁଲର ଫେବର ଓ ଏକ୍ୱାୟରରେ ବିରୋଧ ପ୍ରଦର୍ଶନ କରିବା ସହ ନାରାବାଜି ମଧ୍ୟ କରିଛନ୍ତି । ଆଉ କହିଛନ୍ତି, ‘‘ଆମେ ୨୦ ବର୍ଷ ତଳର ସେ ମହିଳା ନୁହେଁ, ଆମକୁ ସମାନତା, ନ୍ୟାୟ ଓ ଲୋକତନ୍ତ୍ର ଦରକାର’’। ତାଲିବାନର ଶାସନରେ ନିଜକୁ ସୁରକ୍ଷିତ ମଣୁନଥିବା ମହିଳା ମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ପୂର୍ବପରି କାମ କରିବାର ଅଧିକାର ଦିଆଯାଉ।

କିନ୍ତୁ ସାରିଆ ଆଇନକୁ ଦେଖିଲେ ତାଲିବାନ ମହିଳାଙ୍କ ଅଧିକାର ସପକ୍ଷରେ ନଥିବା ଜଣାପଡେ । ନିଜ ଅଧିକାର ପାଇଁ ପ୍ରତିବାଦ କରୁଥିବା ଶହଶହ ମହିଳା ମାନେ ଦାବି କରିଛନ୍ତି ଯେ ତାଙ୍କୁ ପୂର୍ବ ଭଳି ସବୁ ଅଧିକାର ମିଳୁ । ଯେମିତି ତାଲିବାନ ଆସିବା ପୂର୍ବରୁ ମିଳୁଥିଲା । ସେମାନେ ଆହୁରି କହିଛନ୍ତି, ଆମେ ବୁର୍ଖା ପିନ୍ଧିବାକୁ ପ୍ରସ୍ତୁତ ଅଛୁ । ଯଦି ଆମ ପିଲାମାନଙ୍କୁ ତାଲିବାନୀ ଶାସନରେ ସ୍କୁଲ୍ ଯିବାକୁ ଅନୁମତି ମିଳେ ।

Leave a Reply