ଆମେରିକା ଏଜେନ୍ସିଂର ଦାବି, ମଣିଷକୁ ଗର୍ଭବତୀ କରୁଛନ୍ତି ପରଗ୍ରହୀ

1 min read

ନୂଆଦିଲ୍ଲୀ: ଏଲିୟନ୍ସ ଅଛନ୍ତି ନା ନାହାଁନ୍ତି, ଏହାକୁ ନେଇ ଦୀର୍ଘ ଦିନ ହେବ ଗବେଷଣା ଜାରି ରହିଛି ।  କେହି କେହି କହୁଛନ୍ତି ଏହା ମଣିଷ କଳ୍ପନାର ଏକ ଅଂଶ  ବା ମନଗଢ଼ା କାହାଣୀ ।  ଅନ୍ୟପଟେ ଆଉ କିଛି ଲୋକଙ୍କ ବିଶ୍ୱାସଯେ, ଯଦି ବିଶ୍ୱରେ ମଣିଷ ଅଛନ୍ତି ତେବେ ଏଲିୟନ୍ସ ମଧ୍ୟ ଅଛନ୍ତି । ଏହାକୁ ନେଇ ବିଭିନ୍ନ ତର୍କ ବିତର୍କ ମଧ୍ୟ ହେଉଛି । ଏହା ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କିଛି ଲୋକ ଦାବି କରୁଛନ୍ତିଯେ, ସେମାନେ ଏଲିୟନ୍ସ ବା ପରଗ୍ରହୀକୁ ଦେଖିଛନ୍ତି  । କିନ୍ତୁ ପ୍ରମାଣ ଅଭାବରୁ ଏସବୁକୁ ଉଡ଼ାଖବର ବୋଲି କୁହାଯାଉଛି ।  କିନ୍ତୁ ଗତ କିଛି ଦିନ ହେବ ଆମେରିକାର କେତେକ ବରିଷ୍ଠ ଅଧିକାରୀ ପରଗ୍ରହୀକୁ ନେଇ କେତେକ୍‌ ରାଜ୍‌ ଦୁନିଆକୁ ସାମ୍ନାକୁ ଆଣୁଛନ୍ତି ।

alien

ପେଣ୍ଟାଗନର ରିପୋର୍ଟ ଏବେ ପରଗ୍ରହୀଙ୍କ ଅସ୍ଥିତ୍ୱକୁ ବିଶ୍ୱାସ କରିବାକୁ କିଛି ଲୋକଙ୍କୁ ବାଧ୍ୟ କରିଛି । ଏଥିରେ ପରଗ୍ରହୀ ପୃଥିବୀର ମହିଳାଙ୍କୁ ଗର୍ଭବତୀ କରୁଥିବା ଖବର ଉଲ୍ଲେଖ ରହିଛି । ଏଥିରେ ପ୍ରାୟ ୫ ଜଣ ମହିଳାଙ୍କ ବିଷୟରେ ଉଲ୍ଲେଖ ଥିବାବେଳେ ସେମାନଙ୍କ ପରିଚୟ ଗୁପ୍ତ ରଖାଯାଇଛି ।

ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ , ତେବେ ପରଗ୍ରହୀ କିମ୍ବା ୟୁଏଫଓ ସମ୍ପର୍କରେ ଆସିବା ବିପଦପୂର୍ଣ୍ଣ ହୋଇପାରେ । ଯେତେ ମଧ୍ୟ ମାମଲା ସାମ୍ନାକୁ ଆସିଛି, ସେଥିରେ ସର୍ବଦା ମଣିଷକୁ ହିଁ କ୍ଷତି ପହଞ୍ଚିଛି ।  କିଛି ୟୁଏଫଓରୁ ବାହାରି ରେଡିୟମ ହେତୁ ଜଳି ଯାଇଛନ୍ତି ତ କାହାର ବ୍ରେନ୍‌ ହାମ୍ରେଜ୍‌ ହୋଇଛି ।  ଆଉ କାହାର ଶିରା ପ୍ରଶିରା କାମ କରିବା ବନ୍ଦ କରି ଦେଇଛି ।  ଆମେରିକା ଉପରେ ପରଗ୍ରହୀ ଦୀର୍ଘ ସମୟ ଧରି ନଜର ରଖିଛନ୍ତି ବୋଲି କୁହାଯାଏ ।

ରିପୋର୍ଟ ଅନୁସାରେ, ପଞ୍ଜିକୃତ ହୋଇଥିବା ୪୨ଟି ମାମଲା ରହିଛି ।  ଏମାନେ ପରଗ୍ରହୀ ସମ୍ପର୍କରେ ଆସିଥିବା ଦାବି କରିଛନ୍ତି । କିନ୍ତୁ ଏଭଳି ଅନ୍ୟ ୩୦୦ ମାମଲା ରହିଛି, ଯାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରି ନାହିଁ ।  ତେବେ ଆମେରିକା ଡିଫେନ୍ସ ବଡି ଦ୍ୱାରା ପରଗ୍ରହୀକୁ ଏନକାଉଣ୍ଟର କରିଥିବା ଖବର ଲୋକଙ୍କୁ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ କରିଛି । ତେବେ ଖୁବଶୀଘ୍ର ପ୍ରମାଣିତ ହୋଇଯିବଯେ, ବାସ୍ତବରେ ପରଗ୍ରହୀ ପୃଥିବୀକୁ ବୁଲିବାକୁ ଆସୁଛନ୍ତି ନା  ଏହା ଏକ ଉଡ଼ା ଖବର ।