ଘରୁ ରାଗିକି ପଳାଇ ଆସିବା ପରେ ଗଣଦୁଷ୍କର୍ମ ଶିକାର ହେଲେ ମହିଳା !

କେନ୍ଦୁଝର: ଲିଫ୍ଟ ଦେଇ ମହିଳାଙ୍କୁ ଗଣଦୁଷ୍କର୍ମ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଭଦ୍ରାସାହି ଗାଁରୁ । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ଟ୍ରକକୁ ଜବତ ରଖିଛି ପୋଲିସ  । ଏହାସହ ପୀଡିତାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରାଯାଇଛି ।

ସୂଚନା ଅନୁସାରେ ଗତ ଗୁରୁବାର ଦିନ ଘଟିଛି ଏଭଳି ଘଟଣା । ମଧ୍ୟପ୍ରଦେଶରୁ ଆସିଥିବା ଜଣେ ଡ୍ରାଇଭର ଭଦ୍ରାସାହିରେ ଭଡ଼ା ଘର ନେଇ ପରିବାର ସହ ରହୁଥିଲେ । ତେବେ ପାରିବାରିକ କଳହ ଯୋଗୁଁ ଘରୁ ରାଗି ପଳାଇଥିଲେ ସ୍ତ୍ରୀ । ରୋଇଡା ଛକରେ ତାଙ୍କୁ ଲିଫ୍ଟ ଦେଇଥିଲେ ଦୁଇ ଚିହ୍ନା ଡ୍ରାଇଭର ଖୁଦାବକ୍ସ ଅନସାରୀ ଏବଂ ମହମ୍ମଦ ନାସିର  ।

ଏହାପରେ ଟ୍ରକରେ ହିଁ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ସେହି ଚିହ୍ନା ଡ୍ରାଇଭର ଦୁଇଜଣ । ଏପରିକି ପୀଡିତାଙ୍କୁ ତିନି ଦିନ ଯାଏଁ ଶାରିରୀକ ଓ ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ । ପରେ ମହିଳା କୌଶଳ କ୍ରମେ ସେମାନଙ୍କଠାରୁ ଖସି ଆସି ସ୍ୱାମୀଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଥିଲେ ।

Leave a Reply