ଘରେ ପାଳିଥିଲେ ଶତାଧିକ ବିଷାକ୍ତ ସାପ, ଶେଷରେ ହେଲା ଏମିତି

1 min read

ଘରେ କେବେ ସାପ ପାଳିବା କଥା ଆପଣ ଚିନ୍ତା କରିପାରିବେ କି? କିନ୍ତୁ, ଏମିତି ଏକ ଚକିତ କରିଦେଲା ଭଳି ଘଟଣା ଘଟିଛି ଆମେରିକାର ଇଣ୍ଡିଆନା ରାଜ୍ୟରେ । ସେଠାକାର ଜଣେ ମହିଳା ଘରେ ପାଳିଥିଲେ ସାପ । ଶେଷରେ ସାପ ହିଁ ହେଲା ତାଙ୍କର ମୃତ୍ୟୁର କାରଣ । ମହିଳା ଜଣଙ୍କ ଥିଲେ ବେଶ୍ ସାପ ପ୍ରେମୀ ।

ଲୋରା ହର୍ଷଟ୍ ନାମକ ଏହି ମହିଳା ଜଣଙ୍କ ଭିନ୍ନ ଭିନ୍ନ ପ୍ରଜାତିର ସାପ ଘରେ ପୋଷିଥିଲେ  । ତେବେ କିଛିଦିନ ତଳେ ତାଙ୍କ ବେକରେ  ୮ ଫୁଟ୍ ଲମ୍ବର ଏକ ଅଜଗର ପ୍ରଜାତିର ସାପ ଗୁଡ଼େଇ ହୋଇଥିବା ଦେଖିବାକୁ ପାଇଥିଲେ ତାଙ୍କ ପଡ଼ୋଶୀ  । ସଙ୍ଗେ ସଙ୍ଗେ ଏ ଖବର ପୋଲିସ୍ ପାଖରେ ପହଁଚିଲା  । ଆଉ ପୋଲିସ୍ ଆସି ପହଁଚିଲାବେଳକୁ ମହିଳା ଜଣଙ୍କ ବେକକୁ ଅଜଗର ଚିପି ଦେଇଥିଲା ।

ଘରେ ଅନେକ ପ୍ରଜାତିର ସାପ ଥିବାବେଳେ ଯେଉଁ ସାପ ମହିଳାଙ୍କ ବେକରେ ଗୁଡେଇ ହୋଇଥିଲା ତାହା ଦକ୍ଷିଣ ପୂର୍ବ ଏସିଆର ସାପ ବୋଲି ଜଣାପଡିଛି  ।

ପୋଲିସର କହିବା କଥା ମହିଳାଙ୍କ ଘରେ ପ୍ରାୟ ୧୪୦ଟି ସାପ ଥିଲେ । ')}

Leave a Reply