ହ୍ୱାଟସଆପ୍ ଚାଟରୁ ଚାଲିଗଲା ଜୀବନ, ମିଛି ମିଛିକା ଆତ୍ମହତ୍ୟାର କରୁଥିଲେ ଅଭିନୟ

ଛତିଶଗଡ଼: ସାଙ୍ଗ ସାଙ୍ଗ ଭିତରେ ତ ମସ୍ତି ମଜାକ୍ ସବୁ ବେଳେ ଚାଲେ । କିନ୍ତୁ ଏହି ମସ୍ତି ମଜାକରେ କେତେବେଳେ କାହାର ଜୀବନ ଚାଲିଯାଏ ତାହା ଜାଣି ବି ହୁଏନି । ଏଭଳି  ଏକ ଘଟଣା ମାଲକାନଗିରି ଜିଲ୍ଲାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ ,ସୁକୁମା ଜିଲ୍ଲାର ଦୋରଣାପଲ ଗାଁରେ ଦେଖିବାକୁ ମିଳିଛି । ପ୍ରଥମେ ହ୍ୱାଟସଆପରେ କଥା ତାପରେ ଭିଡ଼ିଓ କଲ ତାପରେ ମଜାମସ୍ତି କରିବାକୁ ଯାଇ ମିଛି ମିଛିକା ଆତ୍ମହତ୍ୟାର ଅଭିନୟ । ଆଉ ଏହି ମିଛି ମିଛିକା ଅଭିନୟର ସତସତିକା ମୃତ୍ୟୁ ।

କିଛି ଏମିତି ଥିଲା ଦୁଇ ସାଙ୍ଗଙ୍କ ମଧ୍ୟରେ କଥା ବାର୍ତ୍ତା ଆଉ ଅଭିମାନ । ତୁ ତୋ ହ୍ୱାଟସଆପ୍‌ ଡିପିରେ ଫଟୋ ବଦଳେଇ ଦେ… । ନା, ମୁଁ ମୋ ହ୍ୱାଟସଆପ୍‌ ଡିପି ବଦଳାଇବିନି… କାହିଁକି ବଦଳାଇବନି ? ତୋତେ ଡିପି ବଦଳାଇବାକୁ ପଡ଼ିବ… । ନହେଲେ ମୁଁ ଆତ୍ମହତ୍ୟା କରିଦେବି…।  ଏହି ଭଳି କିଛି ମଜାକ୍ ମଜାକରେ ଚାଟ୍‌ ଚାଲିଥିଲା ଦୁଇ ସାଙ୍ଗ ମଧ୍ୟରେ । ସାଙ୍ଗ ଜଣକ ଡିପି ନ ବଦଳାଇବାରୁ ଯୁବତୀ ତାଙ୍କ ସାଙ୍ଗଙ୍କ ପାଖକୁ ଭିଡିଓ କଲ କରିଥିଲେ । ଭିଡିଓ କଲରେ ଯୁବତୀ ଜଣକ ତାଙ୍କ ସାଙ୍ଗକୁ ଫ୍ୟାନରେ ଓହଳି ଆତ୍ମହତ୍ୟା କରିବା ପାଇଁ ଡରାଇଥିଲେ । ଆଉ ତାପରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ମଜାକରେ ବେକରେ ଓଢ଼ଣୀ ଲଗାଉ ଲଗାଉ ଟେବୁଲରୁ ଖସିଯାଇଥିଲା ଗୋଡ଼ ଆଉ ଅଟକି ଗଲା ନିଶ୍ୱାସ । ମଜାକ ମଜାକରୁ ଯୁବତୀଙ୍କ ହେଲା ମୃତ୍ୟୁ । ୨୦ ବର୍ଷର ଜଣେ ଯୁବତୀ ନିଜ ସାଙ୍ଗକୁ ଭିଡିଓ କଲ୍‌  କରି ମଜାରେ ଫାଶି ଲଗାଇବାର ଅଭିନୟ କରୁଥିଲେ । ଫଳରେ ସନ୍ତୁଳନ ହରାଇବାରୁ  ଫାଶୀରେ ଝୁଲି ଯାଇଥିଲେ । ତାପରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଯୁବତୀଙ୍କ ନାମ ହେଉଛି ଅଞ୍ଜଳି ତିବରୀ । ସେ ଭିଳାଇରେ ପାଠ ପଢୁଥିଲେ  । ମାଆଙ୍କ କହିବା ଅନୁଯାୟୀ କାଲି ଝିଅ ନିଜର ଜଣେ ସାଙ୍ଗ ଙ୍କୁ ଡିପି ବଦଳାଇବାକୁ କହିଥିଲେ । କିନ୍ତୁ ସେ ଅଞ୍ଜଳିଙ୍କ କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଆଉ ତାପରେ ଅଞ୍ଜଳି ନିଜ ଓଢ଼ନି କୁ ଫ୍ୟାନରେ ବାନ୍ଧି ବେକରେ ଲଗାଇ ଭିଡ଼ିଓ କଲ କରିଲେ । ସାଙ୍ଗକୁ ଡ଼ରାଇ ନିଜକଥାରେ ମନାଇବାକୁ ଚେଷ୍ଟା କରୁଥିବା ସମୟରେ ସନ୍ତୁଳନ ହାରିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମଜା ମଜାରେ ଜୀବନ ହରିଥିଲେ ଅଞ୍ଜଳି।

ଘଟଣାର କିଛି ସମୟ ପରେ ମା ଘରକୁ ଆସି ଦେଖିଲା ବେଳକୁ ଅଞ୍ଜଳି ଫାଶିରେ ଝୁଲି ଥିବାର ଦେଖିଥିଲେ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ବର୍ତ୍ତମାନ ଦୋରଣାପ।ଲ ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

Leave a Reply