spot_img

Latest Posts

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଧାରଣା ପରିବାର ଲୋକ

ଜଗତସିଂହପୁର : ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । କ୍ଷତିପୂରଣ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଲେ ପରିବର ଲୋକ । ଘଟଣାଟି ହେଉଛି  ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯେଉଁଠାରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି ।

ସୂଚନା ଅନୁସାରେ ଏରସମା ବ୍ଲକ ବଳେଇପୁର ପଞ୍ଚାୟତ ନାଳକଣି ଗ୍ରାମର ତ୍ରିଲୋଚନ ରାଉତଙ୍କ ଧର୍ମପତ୍ନୀ ବିନ୍ଦୁଲତା ରାଉତ(୩୪) ଗତକାଲି ଏରସମା ମେଡିକାଲରେ ହେଉଥିବା ପରିବାର ନିୟୋଜନ କ୍ୟାମ୍ପକୁ ଅ‌ସ୍ତ୍ରୋପ୍ରଚାର ପାଇଁ ଆସିଥିଲେ। କିନ୍ତୁ ସେଠାରେ ତାଙ୍କୁ ବିଳମ୍ବରେ ଅସ୍ତ୍ରପୋଚାର ପାଇଁ ଡକାଯାଇଥିଲା ପ୍ରାୟ ୩୦ ଜଣଙ୍କ ପରେ ଶେଷରେ ତାଙ୍କର ନାମ ଡକା ଯାଇଥିଲା।

ଏବଂ ଅସ୍ତ୍ରୋପ୍ରଚାର ପାଇଁ ଓଟି ଭିତରକୁ ଯାଇଥିଲେ ବି ଆଉ ଫେରି ନଥିଲେ ବିନ୍ଦୁଲତା । ତେବେ ଡାକ୍ତରଙ୍କ ଅବହେଳା ପାଇଁ ଜଣେ ସୁସ୍ଥ ମହିଳାଙ୍କର ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଜଣେ ଅବସରପ୍ରାପ୍ତ ଡାକ୍ତର କାହିଁକି ଅପରେସନ କରିଥିଲେ ବୋଲି ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଏନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇବାସହ ଉକ୍ତ ଡ଼ାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକ।

Latest Posts

Don't Miss