ଭାଲୁ ଆକ୍ରମଣରେ ମହିଳା ମୃତ, ମରିଗଲା ପରେବି ମହିଳାଙ୍କୁ ଜଗିରହିଲା ଭାଲୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସିନ୍ଧିଗୁଡ଼ାରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ ମହିଳା ମୃତ । ଜଙ୍ଗଲ ଭିତରେ ମହିଳାଙ୍କ ମୃତଦେହକୁ ଜଗି ରହିଥିଲା ଭାଲୁ । ୨ଟି ଭାଲୁ ଛୁଆ ମଧ୍ୟ ମୃତଦେହ ପାଖରେ ଥିଲେ । ମୃତ ମହିଳା ହେଲେ ଗୌରୀ ଅମନାତ୍ୟ ।

ଗତ ୩ଦିନ ହେଲା ଗୌରୀ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ଜଙ୍ଗଲ ଭିତରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । କିନ୍ତୁ ମୃତଦେହ ନିକଟରେ ଭାଲୁ ଜଗି ରହିଥିବା ଦେଖି କେହି ଉଦ୍ଧାର କରିବାକୁ ସାହସ କରିନଥିଲେ ।

ଗାଁଲୋକଙ୍କ ସହାୟତାରେ ବନ ବିଭାଗ କର୍ମଚାରୀ ନିଆଁହୁଳା ଓ ବାଣ ଫୁଟାଇ ଭାଲୁ ଘଉଡ଼ାଇଥିଲେ । ନବରଙ୍ଗପୁର ଏସ୍‌ପି ନୀତିନ କୁଶଲକର ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଭାଲୁ ମୃତ ମହିଳାଙ୍କ ଶରୀରର କିଛି ଅଂଶ ଖାଇ ଦେଇଛି । ମଣିଷଖିଆ ଭାଲୁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି ।

Leave a Reply