ରୁଚିକା ମାର୍କେଟ ମହାବୀର ବସ୍ତି ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ବନ୍ଦ ଘରୁ ବାହାରିଲା ଯୁବତୀଙ୍କ ମୃତଦେହ । ବରମୁଣ୍ଡା ରୁଚିକା ମାର୍କେଟ ମହାବୀର ବସ୍ତି ନିକଟରେ ଘଟିଛି ଘଟଣା । ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଶବ ବ୍ୟାବଚ୍ଛେଦ କରିବା ପାଇଁ ନେଇଛି । ୧୦ ଦିନ ହେବ ଘର ଭଡ଼ା ନେଇ ସ୍ୱାମୀ ସ୍ତ୍ରୀ ରହୁଥିଲେ । ପ୍ରାୟ ପାଞ୍ଚ ଦିନ ହେବ ଘର ତାଲା ପଡ଼ିଥିଲା । ଆଜି ଅଧିକ ଦୁର୍ଗନ୍ଧ ହେବାରୁ ପୋଲିସକୁ ଜଣାଇ ଥିଲେ । ଭରତପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଶବକୁ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କର ବୟସ ପ୍ରାୟ ୧୯ ବର୍ଷ ହେବ। ଘଟଣା ସ୍ଥଳରୁ ସ୍ୱାମୀ ଫେରାର ଥିବା ଜଣାପଡ଼ିଛି ।