ମମିତା ହତ୍ୟା ମାମଲା, କଳାହାଣ୍ଡି ଓ ବଲାଙ୍ଗିର ଏସପିଙ୍କୁ ରିପୋର୍ଟ ତଲବ  

National Women Commission Sought Report On Mamata Murder Case

ଭୁବନେଶ୍ୱର: ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲା ରିପୋର୍ଟ ତଲବ କଲେ ମହିଳା କମିଶନ । ଘଟଣାକୁ ଗୁରୁତର ସହ ନେଇ କଳାହାଣ୍ଡି ଓ ବଲାଙ୍ଗୀର ଏସ୍‌ପିଙ୍କୁ ମହିଳା କମିଶନ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ଉତ୍ତର ରଖିବାକୁ କୁହାଯାଇଛି । ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକସ୍ଥଳେ ମହିଳା କମିଶନଙ୍କ ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବେ । ପୋଲିସ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ବିରୋଧୀଙ୍କୁ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ।

National Women Commission Sought Report On Mamata Murder Case

ଅନ୍ୟପଟେ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡ ବେଳେ ପୋଲିସ ଗୋବିନ୍ଦ ଠାରୁ ବହୁ ତଥ୍ୟ ଆଦାୟ କରିବ । ମମିତାଙ୍କୁ କାହିଁକି ହତ୍ୟା କଲା ଗୋବିନ୍ଦ ? ଘଟଣା ପଛରେ ଗୋବିନ୍ଦ ପରକିୟା ପ୍ରୀତି ନା ଆଉ କିଛି ରହସ୍ୟ ରହିଛି । ମମିତାଙ୍କ ହତ୍ୟାରେ ଆଉ କାହାର ସମ୍ପୃକ୍ତି ରହିଛି । ସେନେଇ ଗୋବିନ୍ଦଙ୍କୁ ମାରାଥନ୍ ଜେରା କରିବ ପୋଲିସ ।

Leave a Reply