ବଲାଙ୍ଗୀରରେ ମହିଳା କମିଶନ ଅଧ୍ୟକ୍ଷା: ମମିତାଙ୍କ ପରିବାର ଲୋକଙ୍କୁ ଭେଟିବେ

ଧର୍ମଗଡ଼: ବଲାଙ୍ଗୀରରେ ମହଳି କମିଶନର ଅଧ୍ୟକ୍ଷା ମୀନତି ବେହେରା । ମୀନତି ଆଜି ମୃତ ମମିତାଙ୍କ ପରିବାରକୁ ଭେଟିବେ । ୪ଜଣିଆ ଟିମ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ମହାଲିଙ୍ଗ ଷ୍ଟାଡିୟମ ଓ ସ୍କୁଲ ପରିଦର୍ଶନ କରିବେ । କଳାହାଣ୍ଡି ଜିଲ୍ଲାପାଳଙ୍କୁ ମଧ୍ୟ ସାକ୍ଷାତ କରି ଘଟଣା ନେଇ ଆଲୋଚନା କରିବେ । ଗତକାଲି ବଲାଙ୍ଗୀର ଏସପି ଅଫିସରେ ପହଞ୍ଚି ମହିଳା କମିଶନ ଅଧ୍ୟକ୍ଷା ମମିତା ମେହେର ମର୍ଡର ନେଇ ଆଲୋଚନା କରିଥିଲେ । ତଦନ୍ତର ଅଗ୍ରଗତି ନେଇ ଏସପିଙ୍କ ସହ ଆଲୋଚନା କରିଛନ୍ତି ମୀନତି । ମୃତକଙ୍କ ପରିବାର କିପରି ନ୍ୟାୟ ପାଇବେ ଓ ଦୋଷୀ ଵିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ, ସେନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି ।

ସୂଚନା ଯୋଗ୍ୟ, ଗତକାଲି ହତ୍ୟାକାଣ୍ଡର ଡେମୋ ଦେଖାଇଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ମମିତାକୁ ଭବାନୀପାଟନା ସହରକୁ ନେଇ ନୂଆ ଡ୍ରେସ୍‌ କିଣିଦେଇଥିଲା ଗୋବିନ୍ଦ । ଫେରିଲା ବେଳେ ଗାଡି ଭିତରେ ତାର ଅନୈତି ଭିଡିଓ ବାହାରେ ପ୍ରଘଟ ନକରିବା ପାଇଁ ଅନୁରୋଧ କରିଥିଲା । ମମିତା ମଧ୍ୟ ଗୋବିନ୍ଦର ଅନୁରୋଧକୁ ମାନିଯାଇଥିଲେ ହେଲେ, ଗୋବିନ୍ଦ ମମିତାକୁ ବିଶ୍ୱାସକୁ ନେଇନଥିଲା । ମାଣିକେଶ୍ୱରୀ ମନ୍ଦିର ନେଇ ଶପଥ ପାଠ କରିବାକୁ କହିଥିଲା, ସେଥିରେ ମମିତା ରାଜି ହୋଇନଥିଲେ । ବାରମ୍ବାର ଅନୁରୋଧ ପରେ ବି ମମିତା ମନ୍ଦିରରେ ଶପଥ ପାଠ କରିବାକୁ ରାଜିନହେବାରୁ ମମିତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଗୋବିନ୍ଦ । ରାସ୍ତାରେ ସୁଯୋଗ ଦେଖି ତଣ୍ଟି ଚିପି ହତ୍ୟା କରିଥିଲା ବୋଲି, ଡେମୋ ସମୟରେ କହିଛି ଗୋବିନ୍ଦ । ସହଯୋଗୀ ରଧେଶ୍ୟାମ ଚଣ୍ଡୀ କିପରି ସହଯୋଗ କରିଥିଲେ ତାହା ମଧ୍ୟ ବଖାଣିଛି ଅଭିଯୁକ୍ତ । ପରେ ମହାଲିଙ୍ଗରୁ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ କୁଡସୁଡକୁ ନେଇଥିଲା ପୋଲିସ । ସେଠାରେ କିପରି ମମିତାର ମୃତଦେହକୁ କାରରେ ନେଇ ଘର ପଛପଟେ ଲୁଚାଇଥିଲା ଓ ସନ୍ଧ୍ୟା ପରେ ଗାତରେ ନିଆଁ ଲଗାଇ ପୋଡ଼ି ଦେଇଥିଲା ସେ ସବୁ ବଖାଣିଛି ଅଭିଯୁକ୍ତ ।

ଏଥିସହିତ ପଢ଼ନ୍ତୁ: ମମିତା ମାନିନଥିଲେ ଗୋବିନ୍ଦଙ୍କ କଥା, ଏଣୁ ତଣ୍ଟି ଚିପି ମାରିଦେଇଥିଲେ

Leave a Reply