ସ୍ୱାମୀ ଜେଲରେ, ନିଆଁ ଲଗାଇଦେଲେ ଧରମ ଭାଇ

ଭୁବନେଶ୍ବର: ବାଲିପାଟଣା ପଦ୍ମପୁରରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର । ଗୁରୁତର ମହିଳା ହେଉଛନ୍ତି ପଦ୍ମପୁର ଗାଁର ମାମୁନୀ ମାଣିଆ । ଗୁରୁତର ଅବସ୍ଥାରେ ମାମୁନୀଙ୍କୁ ପ୍ରଥମେ ନିମାପଡ଼ା ଓ ପରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ ମାମୁନୀଙ୍କ ଧରମଭାଇ ସନାତନ ସ୍ବାଇଁ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା କହିଛନ୍ତି ଗ୍ରାମବାସୀ । ମାମୁନୀଙ୍କ ସ୍ବାମୀ ଗଂଜେଇ ଚୋରାଚାଲାଣ ମାମଲାରେ ଜେଲରେ ଥିବାବେଳେ, ସେ ଘରେ ଏକାକୀ ରହୁଥିଲେ । ଘଟଣାରେ ମହିଳାଙ୍କ ଧରମଭାଇ ସନାତନଙ୍କୁ ଅଟକ ରଖିଛି ପୋଲିସ ।