ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ବିଭତ୍ସ ମାଡ଼, ଭିଡ଼ିଓ ଭାଇରାଲ୍

ପଶ୍ଚିମବଂଗରେ ମାନବିକତାର ଲଙ୍ଗଳା ନାଚ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଏହାର ଭିଡିଓ କରି ଭାଇରାଲ କରାଯାଇଛି । ଏହି ଭିଡ଼ିଓ ଆପଣଙ୍କୁ ବିଚଳିତ କରିପାରେ । ଦୁଇ ମହିଳାଙ୍କ ଗୋଡରେ ଦଉଡ଼ି ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାଡ ମରାଯାଉଥିବା ଦେଖିବାକୁ ମିଳିଛି । ଟିଏମସି ନେତା ଅମଳ ସରକାରଙ୍କ ନେତୃତ୍ୱରେ ଏଭିଳି ଭୟାନକ କାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ସ୍ଥାନୀୟ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି । ତାଙ୍କ ଭଉଣୀକୁ ମଧ୍ୟ ରାସ୍ତାରେ ଘୋଷାଡ଼ି ଘୋଷାଡି ମରାଯାଇଛି ।

ଘଟଣା ଘଟିଛି ଦିନାଜପୁର ଜିଲ୍ଲାର ଫାଟାନଗର ଗାଁରେ । ଏହି ମହିଳାଙ୍କ ଜମିକୁ ଜବର ଦଖଲ କରି ରାସ୍ତା ତିଆରି କରାଯାଉଥିବା ବେଳେ ମହିଳା ଜଣକ ଏହାକୁ ବିରୋଧ କରିଥିଲେ । ପରେ ସେଠାରେ ଥିବା ଟିଏମସି ସମର୍ଥକ ମାନେ ତାଙ୍କୁ ମାଡ ମାରିଥିଲେ ।

ଘଟଣା ଆହୁରି ସାଂଘାତିକ ହୋଇଥିଲା । ମହିଳାଙ୍କ ଗୋଡରେ ରଶି ବାନ୍ଧି ଟାଣି ଟାଣି ନେଇଥିଲେ । ଏହାକୁ ମହିଳାଙ୍କ ଭଉଣୀ ବିରୋଧ କରିବାରୁ ତାକୁ ମଧ୍ୟ ମାଡ ମରାଯାଇଥିଲା । ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଭିଡିଓଟି ଭାଇରାଲ ହେବା ପରେ ରାଜ୍ୟରେ ଆଇନକାନୁନ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

Leave a Reply