ଜମିବାଡ଼ି ବିବାଦୁ କେନ୍ଦ୍ର କରି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମହିଳାଙ୍କୁ ମାଡ଼, ଭିଡିଓ ହେଲା ଭାଇରାଲ

ଗଞ୍ଜାମ: ଗାଁ ଦାଣ୍ଡରେ ମହିଳାଙ୍କୁ ଘୋଷାଡି ଘୋଷାଡି ନିର୍ଦ୍ଧୁମ ମାଡ଼ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସଦାବର୍ତ୍ତ ନୂଆଗାଁ ଅଞ୍ଚଳର ଏ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ କିପରି ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରୁଛନ୍ତି କିଛି ମହିଳା ଓ ପୁରୁଷ ।

ଚୁଟି ଧରି ଘୋଷାଡି ଘୋଷାଡି ଦାଣ୍ଡରେ ନିଆଯାଉଛି । କେହି ଆହା ପଦେ କହୁନାହାନ୍ତି । ପାଖରେ ଥାଇ ମହିଳାଙ୍କୁ ବଞ୍ଚାଇବା ବଦଳରେ ସାଜିଛନ୍ତି ନିରଦ୍ରଷ୍ଟା । ଜଣେ ନୁହେକି ଦୁଇଜଣ , ଏକାଥରକେ ଜଣେ ମହିଳାଙ୍କୁ ୪ ଜଣ ତଳେ ପକାଇ ମାରୁଥିବା ଭିଡିଓରେ ସ୍ପଷ୍ଟ ଦିଶୁଛି ।

ମାଆକୁ ମାଡ଼ରୁ ଅଟକାଇବା ପାଇଁ ଆସିଥିବା ପୁଅ ମଧ୍ୟ ଆକ୍ରାେଷର ଶିକାର ହୋଇଛି । ପୁଅକୁ ମଧ୍ୟ ମାଡ଼ ମାରିଛନ୍ତି ଉତ୍ୟକ୍ତ ଲୋକେ । ଜମିବାଡ଼ିକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବଡ଼ବାପା ଜମି ନେଇଯାଇଥିବା ବେଳେ ମାଗିବାରୁ ସାନଭାଇର ସ୍ତ୍ରୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ୪ଜଣ । ଏନେଇ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । ଗଲା ୨୫ ତାରିଖରେ ଘଟିଥିଲା ଏହି ଘଟଣା ।

Leave a Reply