ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ । ତାଳଚେର ଗୋବରା ଗାଁର ଦମୟନ୍ତୀ ବେହେରା ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରୁଥିଲେ । ପୋଲିସ ପହଞ୍ଚି ତାଙ୍କୁ ଅଟକ ରଖିଛି । ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳରୁ ଦମୟନ୍ତୀ ଆତ୍ମହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ଜାରି ରହିଛି ଅଧିକ ଦଦନ୍ତ ।

ସୂଚନା ଅନୁସାରେ, ଦମୟନ୍ତୀଙ୍କ ସ୍ୱାମୀ ୧୪ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ୨୯ବର୍ଷ ପୂର୍ବରୁ ତାଙ୍କର ଯେଉଁ ସମ୍ପତ୍ତି ଥିଲା ତାହର ଭାଗ ବଣ୍ଟା ସରିଥିଲା । କିନ୍ତୁ ତାଙ୍କ ଦେଢସୁର ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଜମିକୁ ଜବର ଦଖଲ କରିଛନ୍ତି । ଫଳରେ ସେ ଏକ ସରକାରୀ ଜମିରେ ଆଶ୍ରୟ ସ୍ଥଳି କର ରହୁଛନ୍ତି । ତାଙ୍କର ସମ୍ପତ୍ତି ଥାଇ ବି ସେ ଏମିତି ରହୁଥିବାରୁ ଅନେକ ଥର ଥାନାରେ , ତହସିଲଦାରଙ୍କ ପାଖରେ ଜିଲ୍ଲାପାଳ ପାଖରେ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳି ନଥିବାରୁ ସେ ଏମିତି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Leave a Reply