ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ମଦ ବେପାରୀଙ୍କୁ ନିର୍ଧୁମ ମାରିଲେ ମହିଳା

ବାଲେଶ୍ୱର: ଛେଚା ଖାଇଲେ ମଦ ବେପାରୀ । ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ନିର୍ଧୁମ ମାରିଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି, ବାଲେଶ୍ୱର ଜିଲ୍ଲା ସୋର ଖିରକୁଣା ଗାଁରେ । ଚୋରା ଦେଶୀ ମଦ ବିକ୍ରି କରୁଥିବା ବେଳେ ମହିଳାଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ବେପାରୀ । ଦୀର୍ଘଦିନ ଧରି ଗାଁରେ ମଦ କାରବାରକୁ ନେଇ ଅଭିଯୋଗ ହେଉଥିଲା । ଗତ ଦୁଇଦିନ ତଳେ ଗାଁର ମହିଳା ମିଶି ଶହ ଶହ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିଲେ । ଆଜି ପୁଣି ଚୋରା ମଦ କାରବାର ବେଳେ ମହିଳାଙ୍କ ହାବୁଡ଼ରେ ପଡ଼ିଥିଲେ ମଦ ବେପାରୀ ।