ଚାକିରି କରାଇଦେବା ନାଁରେ ଘରୋଇ ଇଞ୍ଜିନିୟରିଂ କଲେଜରେ ଦୁଷ୍କର୍ମ ଅଭିଯୋଗ

ମେଣ୍ଢାଶାଳ: ମହାମାରୀ କରୋନା ପାଇଁ ଠପ୍ ହୋଇଯାଇଛି ରୋଜଗାର । ବଢ଼ି ଯାଇଛି ଆର୍ଥିକ ସମସ୍ୟା । ଏହାର ଫାଇଦା ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଅଞ୍ଚଳର ଆରିସଲ ଗାଁର ପ୍ରଶାନ୍ତ ଜେନା ସ୍ଥାନୀୟ ଏକ ଘରୋଇ ଇଞ୍ଜିନିୟରିଂ କଲେଜକୁ ମହିଳାଙ୍କୁ ଡାକିଥିଲେ । ସାଥିରେ ପୁଅକୁ ଧରି କଲେଜରେ ପହଞ୍ଚିଥିଲେ ମହିଳା । ପୁଅକୁ ବାହାରେ ଛାଡ଼ି ଭିତରକୁ ମହିଳାଙ୍କୁ ଏକାକୀ ଯିବାକୁ ସିକ୍ୟୁରିଟି ଗାର୍ଡ ଜଣଙ୍କ କହିଥିଲେ ।

Women alleged Rape in Private Engineering College Building

ମହିଳା ଜଣଙ୍କ ଏକା ଭିତରକୁ ଯିବା ପରେ ପ୍ରଶାନ୍ତ ତାଙ୍କ କାମ ବିଷୟରେ ବୁଝାଇବା ସହ ବୁଲାଇ ଦେଖିଥିଲା । ପରେ କଲେଜର ୩ ମହଲାକୁ ନେଇ ହଠାତ୍ ଡୋର୍ ବନ୍ଦ କରିବା ସହ ଅସଦାଚରଣ କରିଥିଲା । ମହିଳା ଜଣଙ୍କ ଜୋରରେ ଚିତ୍କାର କରିଥିଲେ ବି କେହି ଶୁଣିନଥିଲେ । ଏ ବିଷୟରେ କାହାରିକୁ ନ କହିବା ପାଇଁ ପ୍ରଶାନ୍ତ ଧମକ ଦେଇଥିବା ନେଇ ପୀଡ଼ିତା ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପୋଲିସ ଏତଲା ଆଧାରରେ ତଦନ୍ତ କରୁଛି ।

(ମେଣ୍ଢାଶାଳରୁ ଚିତ୍ରସେନ ବାରିକ)

Leave a Reply