ମହିଳାମାନେ ୫୦ବର୍ଷ ବୟସ ପରେ କାହିଁକି ନେବେ ସପ୍ଲିମେଣ୍ଟ, ଜାଣନ୍ତୁ କାରଣ ..
1 min read![](https://nandighoshatv.com/wp-content/uploads/2025/02/ୟସ-୫୦-ଟପିଲେ-1024x576.jpg)
ନନ୍ଦିଘୋଷ ବ୍ୟୁରୋ: ୫୦ ବର୍ଷ ବୟସ ପରେ, ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଏହି ବୟସରେ ମହିଳାଙ୍କ ଶରୀରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ । ବୟସ ୫୦ ଅତିକ୍ରମ କରିବା ପରେ ମହିଳାମାନେ ସେମାନଙ୍କର ହାଡ଼, ଚର୍ମ, ମାଂସପେଶୀ ଏବଂ ହୃଦୟର ବିଶେଷ ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ । ଆଜିକାଲି ଲୋକଙ୍କ ଜୀବନଶୈଳୀ ଖରାପ ଆଡକୁ ଗତି କରୁଥିବା ବେଳେ ମହିଳାମାନେ ନିଜ ଶରୀରର ବିଶେଷ ଧ୍ୟାନ ନେବା ଆବଶ୍ୟକ । ବ୍ୟସ୍ତବହୁଳତା ଜୀବନରେ ମହିଳାମାନେ ନିଜର ଯତ୍ନ ନେଇପାରନ୍ତି ନାହିଁ । ଯାହାଫଳରେ ସେମାନଙ୍କ ଶରୀରରେ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ପ୍ରୋଟିନର ଅଭାବ ପରିଲିକ୍ଷିତ ହୋଇଥାଏ । ସେଥିପାଇଁ ନିଜକୁ ସୁସ୍ଥ ରଖିବା ପାଇଁ ମହିଳାମାନେ ସପ୍ଲିମେଣ୍ଟ ନେଇପାରିବେ । ଡାକ୍ତରଙ୍କ ଅନୁଯାୟୀ ସପ୍ଲିମେଣ୍ଟ ନେବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଶକ୍ତି ମଧ୍ୟ ମିଳିଥାଏ । ବିଶେଷଜ୍ଞମାନେ ମହିଳାମାନଙ୍କୁ ୫୦ବର୍ଷ ବୟସ ପରେ ସେମାନଙ୍କ ଖାଦ୍ୟରେ ସପ୍ଲିମେଣ୍ଟକୁ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସପ୍ଲିମେଣ୍ଟ ନେବା ଜରୁରୀ ଅଟେ ।
କ୍ୟାଲସିୟମ
୫୦ ବର୍ଷ ବୟସ ପରେ, ମହିଳାମାନଙ୍କଠାରେ ହାଡ଼ର ଘନତ୍ୱ ହ୍ରାସ ପାଇବାକୁ ଲାଗେ । ପରେ, ଏହା ଅଷ୍ଟିଓପୋରୋସିସ୍ ଭଳି ସମସ୍ୟା ସୃଷ୍ଟି କରିପାରେ। ସୁସ୍ଥ ହାଡ଼ ପାଇଁ କ୍ୟାଲସିୟମ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ । ଯଦି ଆପଣଙ୍କ ଖାଦ୍ୟରେ କ୍ୟାଲସିୟମର ଅଭାବ ଅଛି, ତେବେ କ୍ୟାଲସିୟମ ସପ୍ଲିମେଣ୍ଟ ନେବା ଗୁରୁତ୍ୱପୂର୍ଣ୍ଣ । ସାଧାରଣତଃ, ଜଣେ ମହିଳାଙ୍କୁ ଦୈନିକ ୧୨୦୦ ମିଗ୍ରା କ୍ୟାଲସିୟମ ଆବଶ୍ୟକ ହୁଏ ।
ଓମେଗା-୩ ଫ୍ୟାଟି ଏସିଡ୍
ଓମେଗା-୩ ଫ୍ୟାଟି ଏସିଡ୍ ହୃଦୟ ଏବଂ ମସ୍ତିଷ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ୫୦ ବର୍ଷ ବୟସ ପରେ, ହୃଦରୋଗର ଆଶଙ୍କା ମଧ୍ୟ ବୃଦ୍ଧି ପାଏ । ଏହା ଦରଜ ଏବଂ ଫୁଲା କମ କରିବା ବ୍ୟତୀତ ହୃଦରୋଗରୁ ମଧ୍ୟ ରକ୍ଷା କରେ। ଫିସ୍ ଅଏଲ ଏବଂ ଚିଆ ସିଡସରେ ଓମେଗା 3 ଭରପୂର ମାତ୍ରାରେ ଥାଏ। କିନ୍ତୁ ଏହାକୁ ସପ୍ଲିମେଣ୍ଟ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ ।
ଭିଟାମିନ୍ ବି୧୨
ଶରୀରରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ B12 ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଶକ୍ତି ସ୍ତର, ମସ୍ତିଷ୍କର କାର୍ଯ୍ୟ ଏବଂ ଲାଲ ରକ୍ତ କଣିକା ଗଠନରେ ସାହାଯ୍ୟ କରେ। ବିଶେଷଜ୍ଞମାନେ କୁହନ୍ତି ଯେ ବୟସ ବୃଦ୍ଧି ସହିତ, ଭିଟାମିନ୍ B12ର ଅଭାବ ପରିଲିକ୍ଷିତ ହୋଇଥାଏ । ଏହା ଦୁର୍ବଳତା, ଥକ୍କାପଣ ଏବଂ ମାନସିକ ଅସ୍ଥିରତା ସୃଷ୍ଟି କରିପାରେ। ବିଶେଷଜ୍ଞଙ୍କ ପରାମର୍ଶ ନେଇ ଏହାର ସପ୍ଲିମେଣ୍ଟ ନେବା ଉଚିତ୍ ।
ମ୍ୟାଗ୍ନେସିୟମ୍
ହାଡ଼ ଏବଂ ମାଂସପେଶୀ ସ୍ୱାସ୍ଥ୍ୟ ପାଇଁ ମ୍ୟାଗ୍ନେସିୟମ୍ ଅତ୍ୟନ୍ତ ଜରୁରୀ। ଏହା ଚାପ କମାଇବା, ନିଦ ହେବା ଏବଂ ମାଂସପେଶୀ କ୍ରାମ୍ପକୁ ରୋକିବାରେ ସାହାଯ୍ୟ କରେ। ୫୦ ବର୍ଷ ପରେ ମହିଳାମାନେ ପ୍ରାୟତଃ ନିଦ ସମସ୍ୟା ଏବଂ ମାଂସପେଶୀ ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି, ଏବଂ ଏହି ପରିସ୍ଥିତିରେ ମ୍ୟାଗ୍ନେସିୟମ୍ ସପ୍ଲିମେଣ୍ଟ ନେବା ଲାଭଦାୟକ ସାବ୍ୟସ୍ତ ହୋଇପାରେ ।