ଗାଁ ପଡ଼ିଆରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ !

ବାଲେଶ୍ୱର: ବାଲେଶ୍ୱର ଭୋଗରାଇ ବିଚିତ୍ରପୁର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି । ଗାଁ ପଡ଼ିଆରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ବିଚିତ୍ରପୁର ବାତ୍ୟା ଆଶ୍ରୟ ସ୍ଥଳି ନିକଟରେ ଥିବା ଏକ ପଡ଼ିଆରେ ଅଧାପୋଡା ଅବସ୍ଥାରେ ମହିଳାଙ୍କ ମୃତ ଦେହକୁ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ମୃତକ ଜଣଙ୍କ ହେଲେ ସେହି ଗାଁର ମାର୍କଣ୍ଡ ଗାରୁଙ୍କ ସ୍ତ୍ରୀ ମଣି ଗାରୁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।