ଆଜିଠୁ ଆରମ୍ଭ ଆଇସିସି ମହିଳା କ୍ରିକେଟ ବିଶ୍ଵକପ୍

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା କ୍ରିକେଟ ବିଶ୍ଵକପ୍। ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ଏଥିରେ ଭାରତ ସମେତ ୧୦ଟି ଦେଶ ଭାଗ ନେଉଛନ୍ତି। ସାରଜାହରେ ଆଜି ପ୍ରଥମ ମ୍ୟାଚରେ ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ହେବ ମୁକାବିଲା। ଅକ୍ଟୋବର ୨୦ରେ ଫାଇନାଲ ଖେଳାଯିବ। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି। ଭାରତ ଗୃପ ଏ ରେ ରହିଛି। କ୍ୟାପଟେନ ହରମନପ୍ରୀତ କହିଛନ୍ତି, ଆମେ ଉତ୍ତମ ପ୍ରଦର୍ଶନ ପାଇଁ ସବୁ ପ୍ରକାର ଚେଷ୍ଟା କରିବୁ। ଗତକାଲି ଦୁବାଇରେ ଅନୁଷ୍ଠିତ ହୋଇଥିଲା କ୍ଯାପଟେନ୍ସ ଡେ।