ଏହି ମହିଳାଙ୍କ ଶରୀରରେ କରୋନା ଭାଇରସର ୩୨ ମ୍ୟୁଟେସନ୍, ଜାଣନ୍ତୁ କେଉଁଠି ?

1 min read

କାପେ ଟାଉନ: ଦକ୍ଷିଣ ଆଫ୍ରିକାରେ ବିଶେଷଜ୍ଞ ଜଣେ ୩୨ ବର୍ଷୀୟା ମହିଳାଙ୍କ ଠାରେ ଏଭଳି ଭୟାନକ କରୋନା ଭାଇରସର ମ୍ୟୁଟେସନ ଆବିଷ୍କାର କରିଛନ୍ତି ଯାହା ଆଗକୁ ଚିନ୍ତା ବଢାଇପାରେ । ଏଡସ୍ ସଂକ୍ରମିତ ଏହି ମହିଳା ୨୧୬ ଦିନ ଧରି କରୋନା ଦ୍ୱାରା ସଂକ୍ରମିତ ଥିଲେ । ସଂକ୍ରମଣ କାଳରେ ତାଙ୍କ ଶରୀରରେ ଭାଇରସର ୩୨ ମ୍ୟୁଟେସନ୍ ହୋଇଥିଲା । ମେଡିକାଲ ଜର୍ଣ୍ଣାଲ ମେଡରିକ୍ସରେ ଗୁରୁବାର ଦିନ ଏହି କେସ୍ ଷ୍ଟଡି ପ୍ରକାଶିତ ହୋଇଛି । ରିପୋର୍ଟ ଅନୁସାରେ ମହିଳା ଜଣକ ୨୦୦୬ରେ ଏଡସ୍ ସଂକ୍ରମିତ ହୋଇଥିଲେ । କରୋନା ସଂକ୍ରମଣ କାଳରେ ସେ ଏଡସର ଅନ୍ତିମ ପର୍ଯ୍ୟାୟରେ ଥିଲେ । ଏଡସ କାରଣରୁ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥିଲା ।

ସେପ୍ଟେମ୍ବର ୨୦୨୦ରେ କରୋନା ଦ୍ୱାରା ସଂକ୍ରମିତ ହେବା ପରେ ଭାଇରସର ସ୍ପାଇକ୍ ପ୍ରୋଟିନରେ ୧୩ ମ୍ୟୁଟେସନ୍ ଓ ୧୯ ଜେନେଟିକ୍ ପରିବର୍ତ୍ତନ ହୋଇଥିଲା । ଯାହାକି ଭାଇରସର ବ୍ୟବହାରକୁ ବଦଳାଇ ଦେଇଥିଲା  ।ଆଲଫା ଭେରିଆଣ୍ଟର ଅଂଶବିଶେଷ ଥିବା EF84K,ଇଂଲଣ୍ଡରେ ଆବିଷ୍କୃତ B.1.1.7 ଭାରିଆଣ୍ଟ୍ ଓ N510Y ମ୍ୟୁଟେସନଙ୍କୁ ତାଙ୍କ ଶରୀରରେ ଦେଖିବାକୁ ମିଳିଥିଲା । ମହିଳା ଜଣଙ୍କଠାରୁ ଏହି ମ୍ୟୁଟେସନ୍ ଅନ୍ୟମାନଙ୍କୁ ସଂକ୍ରମିତ କରିଛି ନା ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ଦକ୍ଷୀଣ ଆଫ୍ରିକାର କ୍ୱାଜୁଲୁ ଅଂଚଳରୁ ଅଧିକାଂଶ ନୂଆ ଭ୍ୟାରିଆଣ୍ଟ୍ ବାହାରିବ ସଂଯୋଗ ନୁହେଁ ବୋଲି ବିଶେଷଜ୍ଞଙ୍କ ମତ । କାରଣ ଏହି ଅଂଚଳର ୪ ଜଣରେ ଜଣେ ବୟସ୍କ ଏଚଆଇଭି ପଜିଟିଭ୍ ।

ଏଚଆଇଭି ପଜିଟିଭ୍ କରୋନା ଦ୍ୱାରା ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବା ନେଇ ସେଭଳି ବଳିଷ୍ଠ ପ୍ରମାଣ ଯଦିଓ ମିଳିନାହିଁ ତଥାପି ବିଶେଷଜ୍ଞଙ୍କ ମତ ଯେ, ଯଦି ଏଭଳି ମାମଲା ଅଧିକ ସଂଖ୍ୟାରେ ସାମ୍ନାକୁ ଆସେ ତେବେ ଏଚଆଇଭିର ଅନ୍ତିମ ପର୍ଯ୍ୟୟରେ ଥିବା ରୋଗୀ କରୋନାର ନୂଆ ଭ୍ୟାରିଆଣ୍ଟର ଫ୍ୟାକ୍ଟ୍ରି ଭାବେ ଉଭା ହେବାର ଭୟ ରହିଛି । ଅଧ୍ୟୟନରେ ସାମିଲ ଥିବା ବିଶେଷଜ୍ଞ ତୁଲିଓ ଦା ଓଲିଭେରିଆଙ୍କ ଅନୁସାରେ ଏଚଆଇଭିର ଆଡଭାନ୍ସ ଷ୍ଟେଜରେ ଥିବା ରୋଗୀ କରୋନା ଭାଇରସକୁ ନିଜ ଶରିରରେ ଜଣେ ସାଧାରଣ ବ୍ୟକ୍ତିଙ୍କଠାରୁ ଅଧିକ ଦିନ ପର୍ଯ୍ୟନ୍ତ ବହନ କରିପାରିବେ । ଯେଉଁ ମହିଳାଙ୍କ ଶରିରରେ ଭାଇରସର ୩୨ ମ୍ୟୁଟେସନ୍ ହୋଇଥିଲା ସେ ଅନେକ ଦିନ ଧରି ମିଲଡ(ମୃଦୁ) ସଂକ୍ରମଣର ଶିକାର ହୋଇଥିଲେ ।

Leave a Reply