ପତିର ଅତ୍ୟଧିକ ଭଲ ପାଇବା ଯୋଗୁଁ ଛାଡ଼ପତ୍ର ନେବାକୁ ଚାହୁଁଛି ପତ୍ନି

ଲକ୍ଷ୍ନୌ: କୌଣସି ପତି ପତ୍ନିଙ୍କ ମଧ୍ୟରେ ଛାଡ଼ପତ୍ରର ପ୍ରମୁଖ କାରଣ ହେଉଛି ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହୁଥିବା ମନ ମାଳିନ୍ୟ । ଅଧିକାଂଶ ସମୟରେ ହେଉଥିବା ଝଗଡ଼ା ଏହାର ମୁଖ୍ୟ କାରଣ । ଯଦି ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଠିକ ରହେ ନାହିଁ ଏବଂ ଉଭୟଙ୍କ ମଧ୍ୟରେ ସବୁବେଳେ କୌଣସି କଥାକୁ ନେଇ ଅଶାନ୍ତି ସୃଷ୍ଟି ହୁଏ,ତେବେ ସମାଧାନର ରାସ୍ତା ଭାବରେ ଏଭଳି ବିକଳ୍ପକୁ ବାଛିଥାନ୍ତି ଦମ୍ପତ୍ତି । କିନ୍ତୁ ଏଭଳି ଏକ ଛାଡ଼ପତ୍ରର ଖବର ସାମ୍ନାକୁ ଆସିଛି ଯାହାର କାରଣ ଖୁବ ନିଆରା । ଆଜ୍ଞା ହଁ ଏଠାରେ ପତି ପତ୍ନିଙ୍କ ମଧ୍ୟରେ ଝଗଡ଼ା ହେବାର କାରଣ ହେଉଛି ପତ୍ନି ପ୍ରତି ତା ପତିର ଥିବା ଅତ୍ୟଧିକ ଭଲ ପାଇବା ।


ପତ୍ନିଙ୍କ ଅଭିଯୋଗ ଅନୁସାରେ ତାଙ୍କ ପତି ତାଙ୍କ ସହିତ କେବେ ମଧ୍ୟ କୌଣସି କାରଣକୁ ନେଇ ଝଗଡ଼ା କରନ୍ତି ନାହିଁ । ବ୍ୟକ୍ତି ଜଣକ ତାଙ୍କ ପତ୍ନିଙ୍କୁ ଏତେ ଭଲ ପାଆନ୍ତିଯେ, ସେ ନିଜେ ବାସନ ମଜା ଠାରୁ ଆରମ୍ଭ କରି ଘର ସଫା, ରୋଷେଇ, ପୋଷାକ ସଫା ଆଦି ସମସ୍ତ କାମ କରି ନିଜେ କରିଦିଅନ୍ତି ।

ଘଟଣାଟି ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଚୟ । ତେବେ ଘଟଣାଟି ଉତ୍ତର ପ୍ରଦେଶର । ବିବାହର ୧୮ ମାସ ପରେ ଜଣେ ମହିଳା ଶରିୟା କୋର୍ଟରେ ଛାଡ଼ପତ୍ର ପାଇଁ ନିବେଦନ କରିଛନ୍ତି । ପତିର ଦୟାଳୁ ମନୋଭାବ ଏବଂ ଭଲ ପାଇବାକୁ ନେଇ ସେ ଚିନ୍ତିତ ହୋଇ ଯାଇଥିବା ଅଭିଯୋଗ ଆଣିଛନ୍ତି । ତେଣୁ ସେ ତାଙ୍କ ପତିଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି । ଏହା ସହିତ ଦୁଇଜଣଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା ପାଇଁ ମହିଳା ଅନେକ ପ୍ରୟାସ କରିବା ପରେ ମଧ୍ୟ ଅସଫଳ ହୋଇଛନ୍ତି । ଯେକୌଣସି ଭୁଲ କଲେ ମଧ୍ୟ ମହିଳାଙ୍କ ପତି କ୍ଷମା କରି ଦେଉଥିବା କହିଛନ୍ତି ମହିଳା । ତେବେ ଏଭଳି ଅଭିଯୋଗକୁ ଅଦାଲତ ଅସ୍ୱୀକାର କରିଛନ୍ତି । ପରସ୍ପର ଏହି ମାମଲାକୁ ସମାଧାନ କରିବା ପାଇଁ ଆଦେଶ ଦେଇଛନ୍ତି କୋର୍ଟ । ଏହାପରେ ମହିଳା ଜଣକ ସ୍ଥାନୀୟ ପଞ୍ଚାୟତରେ ଅଭିଯୋଗ କରିଛନ୍ତି । କିନ୍ତୁ ସେଠାରେ ମଧ୍ୟ କୌଣସି ନିର୍ଣ୍ଣୟ ହୋଇପାରି ନାହିଁ ।

Leave a Reply