ମାନସିକ ବିକୃତ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କଲେ ଥାନା ଅଧିକାରିଣୀ

କରଞ୍ଜିଆ: ଲକଡାଉନ୍ ରେ ଏମିତି ଅନେକ ଘଟଣା ଘଟୁଛି ଯାହା ଲୋକଙ୍କ ଘୃଣ୍ୟ ମାନସିକତାକୁ ପଦାରେ ପକାଉଛି । କେଉଁଠି ଚୋରୀ ହେଉଛି ତ କେଉଁଠି ହତ୍ୟା । ଠିକ୍ ସେହିଭଳି କରଞ୍ଜିଆର ଏକ ନିନ୍ଦିନୀୟ ଖବର ସାମ୍ନାକୁ ଆସିଛି ।  ଲକଡାଉନର ସୁଯୋଗ ଉଠାଇ କିଛି ଦୁର୍ବୁତ୍ତ ଜଣେ ମାନସିକ ବିକୃତ ମହିଳାଙ୍କୁ ଅମାନସିକ ଭାବରେ ଦୁଷ୍କର୍ମ କରି ଫିଙ୍ଗି ଦେଇଥିଲବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ସମ୍ପୃକ୍ତ ମାନସିକ ବିକୃତ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ କରଞ୍ଜିଆ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳିଥିଲା । ଦୀପକ ସାହୁ ନାମକ ଜଣେ ସାମାଜିକକର୍ମୀ ମହିଳାଙ୍କୁ ଛଟପଟ୍ ହେଉଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ କରଞ୍ଜିଆ ଥାନା ଅଧିକାରିଣୀ ସରୋଜିନୀ ସିଂ  ନିଜେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ମହିଳାଙ୍କୁ ସେ ନିଜେ ଉଦ୍ଧାର କରିଥିଲେ । ୧୦୮ ଡାକି ଉପଖଣ୍ଡ ଚିକିତ୍ସାଲୟରେ ମହିଳାଙ୍କୁ ଭର୍ତ୍ତି କରିଥିଲେ ଅଧିକାରିଣୀ ସରୋଜିନୀ ସିଂ ।  ଉକ୍ତ ମାନସିକ ବିକୃତ ମହିଳାଙ୍କୁ ଦୁର୍ବୁତ୍ତ ଦୁଷ୍କର୍ମକରି ଷ୍ଟାଡିୟମ ନିକଟରେ ଫିଙ୍ଗିଚାଲି ଯାଇଥିବା ଅନୁମାନ କରିଛି ପୋଲିସ । ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ସେ ଗୁରୁତର ହୋଇପଡିଥିଲେ । ସେହି ସମୟରେ ସେଠାରେ ଦେବଦୂତ ସାଜି ପହଞ୍ଚିଥିଲେ ଥାନା ଅଧିକାରିଣୀ  । ମାନବିକତାର ପରିଚୟ ଦେଲେ ଥାନା ଅଧିକାରିଣୀ  ଏବଂ ସାମାଜିକ କର୍ମୀ ଇଂ ଦୀପକ ସାହୁ । ଠିକ୍ ସମୟରେ ମହିଳାଙ୍କୁ ଉଦ୍ଧାର କରିବା ପରେ ସମସ୍ତେ ଉଭୟଙ୍କୁ ଶୁଭେଚ୍ଛା ଜଣେଇବା ସହିତ ତାଙ୍କର ପ୍ରଶଂସା କରୁଛନ୍ତି । ତେବେ ଏଭଳି ଏକ ଘୃଣ୍ୟ କାର୍ଯ୍ୟ କରିଥିବା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

 

(ସନ୍ତୋଷ ମହାନ୍ତ)

Leave a Reply