ସିନେମା କାହାଣୀ ନୁହେଁ, ସତ୍ୟ ଘଟଣା….ପଢ଼ିଲେ ତାଜୁବ ହୋଇଯିବେ ଆପଣ

1 min read

ଏମିତି ଖବର ଯାହା ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ…।

ଏମିତି ଖବର ଯାହା ଆପଣଙ୍କୁ ହତବାକ୍ କରିଦେବ.. ।

ଏମିତି ଖବର ଯାହା ହୁଏତ ଆପଣଙ୍କ ଆଖି ଖୋଲିଦେବ । ଏ କୌଣସି ସିନେମାର କାହାଣୀ ନୁହେଁ, ଏକ ନିଛକ ସତ୍ୟ ଘଟଣା । ଖବର ଯେତିକି ହୃଦୟ ବିଦାରକ, ସେତିକି ଚିନ୍ତାଜନକ । ଏ ଖବର ପଢ଼ିବା ପରେ ହୁଏତ ଆପଣ ନିଜ ବନ୍ଧୁମାନଙ୍କୁ ଅବିଶ୍ୱାସ କରିବାକୁ ଲାଗିବେ ।

ଏବେ ପଢ଼ନ୍ତୁ ପୂରା ଖବର ।….

ଘଟଣା ଘଟିଛି ମଧ୍ୟପ୍ରଦେଶର ଭିଦିଶା ନିକଟ ଲତିରି ଗାଁରେ । ଦୀପାବଳି ପର ଦିନ ତିନି ଜଣ ସାଙ୍ଗ ଭୋଜି କରିବାକୁ ନିଷ୍ପତ୍ତି ନେଲେ । ଏ ନିଷ୍ପତ୍ତି ସମ୍ଭବତଃ ଏକ ଯୋଜନାବଦ୍ଧ ନିଷ୍ପତ୍ତି ଥିଲା । ଜଣେ ବନ୍ଧୁ ପତ୍ନୀଙ୍କ ସୌନ୍ଦର୍ଯ୍ୟକୁ ଦେଖିବା ପରେ ଅନ୍ୟ ଦୁଇ ବନ୍ଧୁ ହିତାହିତ କାଣ୍ଡଜ୍ଞାନ ହରାଇ ଅପରାଧମୁହାଁ ହୋଇଥିଲେ ଆଉ ଭୋଜିଭାତର ଷଡ଼ଯନ୍ତ୍ର ରଚିଥିଲେ ।

ମଦ, ମାଂସ ସହ ଆଗେଇ ଚାଲିଥିଲା ପାର୍ଟି । ମଦ ନିଶାରେ ସମସ୍ତେ ଚୁର । ନିଶାଗ୍ରସ୍ତ ହୋଇ ଜଣେ ବନ୍ଧୁ ନିଜ ଘରକୁ ନିମନ୍ତ୍ରଣ କରିଥିବା ବନ୍ଧୁଙ୍କ ପରିବାରକୁ ଉଜାଡ଼ିବା ପାଇଁ ବାଟ ଖୋଲି ଦେଇଥିଲେ ।  କାରଣ ନିଜ ଉପରେ ତାଙ୍କର ନିୟନ୍ତ୍ରଣ ନ ଥିଲା । ମଦ ନିଶାରେ ଦୁଇ ସାଙ୍ଗ ହଜାଇ ବସିଥିଲେ ନିଜର ହିତାହିତ ଜ୍ଞାନକୁ । ଯୋଜନା ମୁତାବକ, ଅନ୍ୟ ଦୁଇ ବନ୍ଧୁ ହିତାହିତ କାଣ୍ଡଜ୍ଞାନ ସବୁ ଭୁଲିଯାଇ ଟାର୍ଗେଟରେ ଥିବା ବନ୍ଧୁ ପତ୍ନୀଙ୍କୁ ଆସର ଭିତରକୁ ଘୋଷାଡ଼ି ଆଣିଥିଲେ ।

ପୀଡ଼ିତା ମହିଳାଙ୍କ ବୟାନ ଆଧାରରେ ପୁଲିସ ଯାହା ସୂଚନା ଦେଇଛି, ଲତିରି ଗାଁର ଦୁଇ ଅଭିଯୁକ୍ତ ସୁନିଲ କୁଶଓ୍ୱାହା ଏବଂ ମନୋଜ ମହିରଓ୍ୱାର ମହିଳାଙ୍କୁ ଅସଦାଚରଣ କରିଥିଲେ । ସୁନୀଲ ଦୁଷ୍କର୍ମ କରୁଥିବା ବେଳେ ମହିଳାଙ୍କ ସ୍ୱାମୀ ପ୍ରତିବାଦ କରିଥିଲେ । ଆଉ ସେତିକି ବେଳେ ଆଉ ଜଣେ ଅଭିଯୁକ୍ତ ବନ୍ଧୁ ମନୋଜ ତାଙ୍କ( ପୀଡ଼ିତାଙ୍କ ସ୍ୱାମୀ)ର ତଣ୍ଟିଚିପି ମାରି ଦେଇଥିଲା ।

NCRB (ନାସନାଲ କ୍ରାଇମ ରେକର୍ଡ ବ୍ୟୁରୋ)ର ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ଦେଶର ଅଧିକ ଦୁଷ୍କର୍ମ ହେଉଛି ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛିକି ଏହି ରାଜ୍ୟରେ ପ୍ରତି ଘଣ୍ଟାରେ ୧୫ରୁ ଅଧିକ ଯୁବତୀ, ବାଳିକା ଓ ନାବାଳିକା ଦୁଷ୍କର୍ମର ଶିକାର ହୋଇଥାନ୍ତି । ସେଥିମଧ୍ୟରୁ ୫୧ ପ୍ରତିଶତ ଦୁଷ୍କର୍ମ ୧୮ ବର୍ଷରୁ କମ ବାଳିକାଙ୍କ ସହ ହୋଇଥାଏ । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.