ମହିଳାଙ୍କୁ ମହଙ୍ଗା ପଡ଼ିଲା ଖତରନାକ୍ ଷ୍ଟଣ୍ଟ୍, ସ୍କର୍ପିଓ ଜବତ କଲା ପୋଲିସ୍
ନୋଏଡ଼ା: ମହଙ୍ଗା ପଡ଼ିଲା ଷ୍ଟଣ୍ଟ୍ । ଭିଡ଼ିଓ ଭାଇରାଲ ହେବାପରେ ସ୍କର୍ପିଓ ଜବତ । ସୂଚନା ଅନୁସାରେ ନିକଟରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ମହିଳାଙ୍କୁ ଗାଡ଼ିର ବନେଟ୍ ଉପରେ ଷ୍ଟଣ୍ଟ୍ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଭିଡ଼ିଓଟି ନୋଏଡାର ସେକ୍ଟର ୭୫ର ବୋଲି ପରେ ଜଣା ପଡ଼ିଥିଲା ।
नोएडा में स्कॉर्पियो की बोनट पर बैठ कर स्टंट दिखा रही युवती का वीडियो वायरल हुआ है। वायरल वीडियो पर पुलिस ने एक्शन लेते हुए कार को जब्त कर लिया है।#Noida #Scorpio #viralvideo pic.twitter.com/foeWjfhiMo
— Akash Savita (@AkashSa57363793) November 9, 2022
ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାପରେ ନୋଏଡା ପୋଲିସ୍ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ସେପ୍ଟେମ୍ବର ମାସରେ ନୋଏଡାରୁ ଏକ ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଏକା ସାଙ୍ଗରେ ୧୨ ଜଣଙ୍କୁ ବାଇକ୍ ଏବଂ କାରରେ ଏକ ଖତରନାକ୍ ଷ୍ଟଣ୍ଟ୍ କରୁଥିବାର ଦେଖିବାକୁ ମିଳିଥିଲା ।
