spot_img

Latest Posts

୯୬୦ଥର ପରୀକ୍ଷା ଦେଇ ପାଇଲେ ଡ୍ରାଇଭିଂ ଲାଇସେନ୍ସ, ହୁଣ୍ଡାଇ ଗିଫଟରେ ଦେଲା କାର

ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷର ସଂଗ୍ରାମ ପରେ ଡ୍ରାଇଭିଂ ଲାଇସେନ୍ସ ପାଇଲେ ୬୯ ବର୍ଷୀୟ ମହିଳା। ଦକ୍ଷିଣା କୋରିଆର ଜିୟୋଞ୍ଜୁ ସହରର ବାସିନ୍ଦା ହେଉଛନ୍ତି ଚା ସା-ସୁନ୍। ସେ ୯୬୦ ଥର ଡ୍ରାଇଭିଂ ଟେଷ୍ଟ ଦେଇଥିଲେ । ପ୍ରାୟ ୩ ବର୍ଷ ମଧ୍ୟରେ ସପ୍ତାହକୁ ୫ ଥର ଟେଷ୍ଟ ଦେଇଥିଲେ। ସେ ନିଜର ପ୍ରଥମ ଟେଷ୍ଟ ୨୦୦୫ ମସିହାରେ ଦେଇଥିଲେ ।

ରିପୋର୍ଟ ଅନୁସାରେ ପରବର୍ତ୍ତୀ ସମୟରେ ସେ ସପ୍ତାହକୁ ଦୁଇ ଥର ଲିଖିତ ଟେଷ୍ଟ ଦେବା ଆରମ୍ଭ କରିଥିଲେ। ଏଥିରେ ପାସ୍ ହେବାପରେ ସେ ପ୍ରାଟିକାଲ୍ ଟେଷ୍ଟ ଦେଇଥିଲେ। ପାଖାପାଖି ୧୦ ଥର ପ୍ରୟାସ କରିବା ପରେ ସେ ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ । ଯାହାକୁ ମିଶାଇ ସେ ୯୬୦ ଥର ପରୀକ୍ଷା ଦେଇଥିଲେ ।

ରିପୋର୍ଟ ଅନୁସାରେ ସା-ସୁନ୍ ଏଥିପାଇଁ ପାଖାପାଖି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ପନିପରିବା ବିକି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗାଡ଼ି ଚଳାଇବା ତାଙ୍କ ପାଇଁ ନିହାତି ଜରୁରୀ ଥିଲା। ଏଥିପାଇଁ ବାରମ୍ବାର ବିଫଳ ହେବା ସତ୍ୱେ ସେ କେବେ ହାର ମାନିନଥିଲେ ସେ। ଏନେଇ ତାଙ୍କ ଡ୍ରାଇଭିଂ ଇନଷ୍ଟ୍ରକ୍ଟର କହିଛନ୍ତି, ତାଙ୍କୁ ଲାଇସେନ୍ସ ମିଳିବା ପରେ ବହୁତ ଖୁସି ଲାଗୁଛି ।

ଏହି ଖବର ଭାଇରାଲ୍ ହେବା ପରେ ସେ ସେଲିବ୍ରିଟି ପାଲଟିଯାଇଛନ୍ତି । ଏମିତିକି କାର୍ କମ୍ପାନୀ ହୁଣ୍ଡାଇ ପକ୍ଷରୁ ତାଙ୍କୁ ୧୧ ଲକ୍ଷ ଟଙ୍କାର ଏକ କାର୍ ମଧ୍ୟ ଗିଫ୍ଟ କରାଯାଇଛି । ସେ ଦକ୍ଷିଣ କୋରିଆ କମ୍ପାନୀ ‘ହୁଣ୍ଡାଇ’ର ଏକ ବିଜ୍ଞାପନରେ ନଜର ଆସିଛନ୍ତି ।

Latest Posts

Don't Miss