ମା’ର ମମତାକୁ ଠେଙ୍ଗା ପାହାରରେ ସାର୍ଥକ କଲା ନୃଶଂସ ପୁଅ !

ମାଲକାନାଗିରି: ରକ୍ତରେ ଭିଜିଲା ମା’ର ପଣତ । ମାତୃତ୍ୱ ଦିବସରେ ମା’କୁ ଉପାହାରରେ ମିଳିଲା ମୃତ୍ୟୁ । ଯେତେବେଳେ ସୋସିଆଲ ମିଡିଆରେ ସନ୍ତାନ ମାନେ ନିଜ ନିଜ ମା’ଙ୍କୁ ସମ୍ବର୍ଦ୍ଧନା କରୁଥିଲେ । ସେତେବେଳେ ଆଉ ଗୋଟିଏ ମା’ ନିଜ ସନ୍ତାନ ନୃଶଂସତାର ଶିକାର ହେଉଥିଲା । କ୍ରୋଧରେ ଜର୍ଜରିତ ପୁଅ ମା’ର ମମତାକୁ ନବୁଝି ମା’ର ମୁଣ୍ଡରେ ଥୋଇ ଚାଲିଥିଲା ଗୋଟେ ପରେ ଗୋଟେ ପାହାର । ପ୍ରତ୍ୟେକଟି ପାହାରରେ ପୁଅ ସାର୍ଥକ କରି ଚାଲିଥିଲା ମା’ର ମମତାକୁ । ଯେଉଁ ମା’ର ଆଖି ଦିନେ ପୁଅର ଦେହ ଖରାପରେ ସୋଉ ନଥିଲା, ସେହି ଆଖି ପୁଅର ମାଡ଼ରେ ସବୁଦିନଳ ପାଇଁ ସୋଇପଡ଼ିଛି । ପୁଅକୁ ନେଇ ମା’ର ଗର୍ବକୁ ଆଜି ମାତୃତ୍ୱ ଦିବସରେ ଗୌରବାନ୍ୱିତ କରିଛି ନୃଶଂସ ପୁଅ ।  

ଏଭଳି  ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲର ବଡ଼ବଦଲି ଗାଁରେ । ମହୁଲ ବିକ୍ରି ବାବଦ ଟଙ୍କା କେଇଟା ନଦେବାରୁ ବାପା ସହ ମିଶି ମା’ କୁ ପିଟି ପିଟି ହତ୍ୟା କରିଛି ପୁଅ । ମୃତ ମହିଳାଙ୍କ ନାଁ ରାମେ ମାଡକାମୀ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପ ଶୁକୁ ମାଡକାମୀ ଏବଂ ପୁଅ ସମା ମାଡକାମୀକୁ  ଗିରଫ କରିଛି ।

ସୂଚନାନୁଯାୟୀ, ଦିନ ତଳେ ପୁରା ପରିବାର ଜଞକଗଲରୁ ମହୁଲ ଫୁଲ ସଂଗ୍ରହ କରିଥିଲେ । ମହୁଲ ଫୁଲକୁ ୨୭୦୦ ଟଙ୍କାରେ ବିକ୍ରି କରିଥିଲେ ପୁରା ପରିବାର । ବିକ୍ରି ଟଙ୍କା ରାମେଙ୍କ ପାଖରେ ରହିଥିଲା । ତେବେ ଏହି ଟଙ୍କାକୁ ଆଜି ଉଭୟ ବାପା ଏବଂ ପୁଅ ମାଗିଥିଲେ । କିନ୍ତୁ ରାମେ ଟଙ୍କା ଦେବାକୁ ମନା କରିବାରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବାପାର ସାହାର୍ଯ୍ୟରେ ପୁଅ ଠେଙ୍ଗାରେ ମାଆକୁ ପିଟି ପିଟି ହତ୍ୟା କରିଥିଲା । ଏନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ  ପୁଲିସ୍  ହତ୍ୟା ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply