ଶିଶୁ କଲ୍ୟାଣ କମିଟି ମେମ୍ବରଙ୍କୁ ପିଟି ମାରିଦେଲେ, ଡ୍ରାଇଭର ହତ୍ୟା କରିଥିବା ସନ୍ଦେହ

ବ୍ରହ୍ମପୁର: ଗୋଶାଣୀ ନୁଆଁଗାଁ ଥାନା ବିଜିପୁର ନୀଳକଣ୍ଠ ନଗରରେ ହତ୍ୟାକାଣ୍ଡ । ଶିଶୁ କଲ୍ୟାଣ କମିଟି ମେମ୍ବରଙ୍କୁ ହତ୍ୟା । ଶିଶୁ କଲ୍ୟାଣ କମିଟି ମେମ୍ବର ହେଲେ ସୌଦାମିନୀ ରଥ । ସୌଦାମିନୀ କୌଣସି ଜଣେ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ପଛପଟୁ ଦୁର୍ବୃତ୍ତ ଜଣକ ମୁଣ୍ଡକୁ ପିଟି ପିଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ତେବେ ସୌଦାମିନୀ ରଥଙ୍କୁ ତାଙ୍କ ଡ୍ରାଇଭର ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି । ବର୍ତ୍ତମାନ ଘଟଣାସ୍ଥଳେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ତାଙ୍କ ଟିମ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।