ଡାହାଣୀ ସନ୍ଦେହରେ ମହିଳାଙ୍କୁ ମାରିଦେଲେ..

ମୟୁରଭଞ୍ଜ: ଅନ୍ଧବିଶ୍ୱାସର ଅନ୍ଧାରୀ ଗର୍ତ୍ତରେ ପୁଣି ବଳି ପଡ଼ିଲା ଆଉ ଏକ ଜୀବନ । ଡାହାଣୀ ସନ୍ଦେହରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ପୋଡାଗଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସେହି ଗାଁର ଚମ୍ପାବତୀ ହେମ୍ବ୍ରମ । ଶୋଇଥିବା ଅବସ୍ଥାରେ କେହି ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ମହିଳା ଜଣଙ୍କ ନିଜ ଘରେ ଶୋଇଥିଲେ  । କେହି ଜଣେ ଦୁର୍ବୁତ୍ତ ତାଙ୍କୁ ବିଳମ୍ବିତ ରାତିରେ ପଥରରେ ଆକ୍ରମଣ କରିଛି  । ଅର୍ଥାତ ପଥରରେ ଛେଛି ହତ୍ୟା କରିଥିବା ଅଭିଯୋଗ ହୋଇଛି  । ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରିଥିବା  ଘଟଣାସ୍ଥଳରୋ ପୋଲିସ ପହଞ୍ଚି ରକ୍ତ ଲଗା ପଥର ଓ ହତ୍ୟାରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି ।