କାଠଯୋଡି ନଦୀକୁ ଡେଇଁ ପଡ଼ିଲେ ମହିଳା, ଉଦ୍ଧାର କଲେ ସ୍ଥାନୀୟ ଲୋକେ

କଟକ: କାଠଯୋଡି ନଦୀକୁ ଡେଇଁଲେ ମହିଳା । ସୌଭାଗ୍ୟବଶତଃ ନଦୀକୁ ଡେଇଁବା ପରେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତିକଲେ ସ୍ଥାନୀୟ ଲୋକ । ଅପରାହ୍ନ ୨ଟା ୩୦ରେ ଘଟିଥିଲା ଏହି ଘଟଣା । ମହିଳା ଜଣକ ବ୍ରିଜ ଉପରେ ବୁଲାବୁଲି କରୁଥିଲେ । ହଠାତ ସେ ନଦୀକୁ ଡେଇଁ ପଡିଥିଲେ ।
ତେବେ ସ୍ଥାନୀୟ ଲୋକେ ମହିଳା ନଦୀକୁ ଡେଇଁବା ପରେ ସଙ୍ଗେ ସଙ୍ଗେ କୂଳକୁ ଯାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ମହିଳା ଜଣକ କିଏ ଓ ସେ କାହିଁ କି ନଦୀକୁ ଡେଇଁଲେ ତାହା ସ୍ପଷ୍ଟ ହୋଇନାହିଁ ।