ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଡେଇଁଲେ ମହିଳା

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଘଟଣ । ସିଂହଦ୍ବାର ଗୁମୁଟରୁ ଡେଇଁ ଆତ୍ମହତ୍ୟା କଲେ ମହିଳା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ମହିଳା ଜଣଙ୍କ କେଉଁ କାରଣରୁ ଏମିତି ପଦକ୍ଷେପ ନେଲେ ? ଏଥିପାଇଁ ଶ୍ରୀମନ୍ଦିରକଚ ହିଁ କାହିଁକି ବାଛିଲେ ତାହା ଜଣାପଡିନାହିଁ ।

ମହିଳା ଜଣଙ୍କ ଶ୍ରୀମନ୍ଦିର ଗୁମୁଟ ପାଖରେ କେମିତି ପହଞ୍ଚିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ଜଣଙ୍କ ଆନନ୍ଦ ବଜାର ପଟୁ ସିଂହଦ୍ୱାର ଗୁମୁଟକୁ ଚଢିଥିଲେ | ସେଠାରେ ଉପସ୍ଥିତ ଲୋକ ଓ ସେବାୟତମାନେ ରୁହ ରୁହ କହିବା ପରେ ମଧ୍ୟ ମହିଳା ଜଣଙ୍କ ଡେଇଁ ଆତ୍ମହତ୍ୟା କରିଥିଲେ |

ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ କିନ୍ନର ନା ମହିଳା ତାହା ତଦନ୍ତ ପରେ ସ୍ପଷ୍ଠ ହେବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ବ୍ୟବସ୍ଥା କରିଛି । ଏହାସହ ମୃତ ମହିଳାଙ୍କ ପରିଚୟ ଖୋଜିବାରେ ଲାଗି ପଡିଛି ପୋଲିସ । ମହିଳା ଜଣଙ୍କ ଏକା ଆସିଥିଲେ କି ତାଙ୍କ ସହ ଆଉ କେହି ଆସିଥିଲେ ଆଖପାଖରେ ପଚରାଉଚରା କରୁଛି ପୋଲିସ ।