ଫିଲାଡେଲଫିଆ: ଟେସଲାର ଇଲେକ୍ଟ୍ରିକ୍ କାର ଏହାର ଫିଚର୍ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏହାର ଅଟୋପାଇଲଟ୍ ଫିଚର ଖୁବ୍ ୟୁନିକ୍ ହୋଇଥିବା ବେଳେ ନିଜର ଫିଚର୍ ପାଇଁ ପୁଣିଥରେ ଚର୍ଚ୍ଚାକୁ ଆସିଛି ଟେସଲା। ସୂଚନା ଅନୁଯାୟୀ, ଜଣେ ମହିଳା ଟେସଲା କାରକୁ ଅଟୋପାଇଲଟ୍ ମୋଡରେ ରଖି କାର ଭିତରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଯେଉଁ ଘଟଣା ଏବେ ସବୁଠି ଚର୍ଚ୍ଚାରେ ରହିଛି ।

ରିପୋର୍ଟ ଅନୁଯାୟୀ, ଆମେରିକାର ଫିଲାଡେଲଫିଆରେ ରହୁଛନ୍ତି ୩୩ ବର୍ଷିୟ ୟିରାନ ଶେରି ଓ ତାଙ୍କ ସ୍ୱାମୀ କିଟିଙ୍ଗ ଶେରି। ୟିରାନ ଗର୍ଭବତୀ ଥିବା ବେଳେ ସ୍ୱାମୀଙ୍କ ସହ ନିଜ Tesla Model 3 ଇଲେକ୍ଟ୍ରିକ୍ କାରରେ ହସ୍ପିଟାଲ ଯାଉଥିଲେ । କିନ୍ତୁ ଅଧା ରାସ୍ତାରେ ଅଚାନକ ୟିରାନଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ଥିତି ଜଟିଳ ହେବାରୁ କାରକୁ ଅଟୋପାଇଲଟ୍ ମୋଡ୍ କରିବାକୁ ବାଧ୍ୟ ହୋଇଥିଲେ ସ୍ୱାମୀ କିଟିଙ୍ଗ୍।
https://twitter.com/KeatingSherry/status/1471315682570772482?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1471315682570772482%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.abplive.com%2Ftrending%2Fwomen-gave-birth-to-baby-in-tesla-car-with-the-help-of-autopilot-feature-2022980
କାରଟି ଆପଣାଛାଏଁ ଚାଲୁଥିବା ବେଳେ ଗର୍ଭବତୀ ପତ୍ନୀଙ୍କୁ ସାହାଯ୍ୟ କରିଥିଲେ କିଟିଂ । କାରର ଫ୍ରଣ୍ଟ୍ ସିଟରେ ହିଁ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ୟିରାନ । ଯାହା ପରେ ସେମାନେ ହସ୍ପିଟାଲରେ ପହଞ୍ଚିଥିଲେ । କେବଳ ଏତିକି ନୁହେଁ ନର୍ସ ଜଣକ ମଧ୍ୟ କାରର ଆଗ ସିଟରେ ଶିଶୁର ନାଇ କାଟିଥିଲେ। ଏହି ଘଟଣା ପରେ ଲୋକମାନେ ଏହି ଶିଶୁଟିକୁ ‘ପ୍ରଥମ ଟେସଲା ବେବି’ ବୋଲି କହୁଛନ୍ତି । ଘଟଣା ସମ୍ପର୍କରେ ମହିଳାଙ୍କ ସ୍ୱାମୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି

