ସତରେ କ’ଣ ଚାଲି ଚାଲି ଖାଦ୍ୟ ଡେଲିଭରୀ କରୁଛନ୍ତି ବୁର୍ଖା ପିନ୍ଧିଥିବା ମହିଳା?

ଲକ୍ଷ୍ନୌ: ଜଣେ ମହିଳା କାନ୍ଧରେ ଫୁଡ ଡେଲିଭରୀ କମ୍ପାନୀ ସ୍ବିଗିର ବ୍ୟାଗ୍ ପକାଇ ଚାଲି ଚାଲି ଯାଉଥିବାର ଫଟୋ ଭାଇରାଲ ହୋଇଛି । ସତରେ କ’ଣ ମହିଳା ଜଣଙ୍କ ଫୁଡ ଡେଲିଭରୀ କରୁଛନ୍ତି ?

ଏହି ଫଟୋଟି ହେଉଛି ଲକ୍ଷ୍ନୌର । ଜଣାପଡ଼ିଛି ଯେ, ମହିଳା ଜଣଙ୍କ ଗରିବ । ସେ ଅନଲାଇନ୍ ଫୁଡ ଡେଲିଭରୀ କରନ୍ତି ନାହିଁ ।

ମହିଳା ଜଣଙ୍କ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ସେ ଥର୍ମୋକୁଲ ପ୍ଲେଟ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରନ୍ତି । ଦୋକାନରୁ ଜିନିଷ ନେଇ ଘରେ ଦେଇ ଆସନ୍ତି । ସେ ଗରିବ ଥିବାରୁ ତାଙ୍କ ପାଖରେ ବ୍ୟାଗ୍ କିଣିବା ପାଇଁ ପଇସା ନଥିଲା । ଏଥିପାଇଁ ସେ ଦୋକାନରୁ ସ୍ବିଗି ବ୍ୟାଗ୍ ୫୦ ଟଙ୍କାରେ କିଣିଥିଲେ ।

ଏହି ବ୍ୟାଗରେ ସେ ଜିନିଷ ଭର୍ତ୍ତି କରି ଘର ଘର ବୁଲି ବିକ୍ରି କରନ୍ତି । ସେ ପ୍ରତିଦିନ ୬ରୁ ୭ କିଲୋମିଟର ଚାଲି ଚାଲି ଜିନିଷ ବିକ୍ରି କରନ୍ତି ।