ସୁରତ୍‌ରୁ ଫେରିବା ବାଟରେ ମହିଳାଙ୍କ ପ୍ରସବ: ରାସ୍ତାକଡ଼ରେ ଶିଶୁକୁ ଜନ୍ମଦେଲେ ମହିଳା

1 min read

ଭଦ୍ରକ: ସୁରତରୁ ଘରକୁ ଫେରିବା ବାଟରେ ମହିଳାଙ୍କ ପ୍ରସବ । ରାସ୍ତାକଡ଼ରେ ଶିଶୁକୁ ଜନ୍ମ ଦେଇଛନ୍ତି ଭଦ୍ରକ ଜିଲ୍ଲା କୁବେରା ଅଞ୍ଚଳର ଜଣେ ମହିଳା । ତେବେ ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି ।  ଗର୍ଭବତୀ ଥିବା ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସହ ସୁରତ୍‌ରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ରେ ଆସୁଥିଲେ । ଆସିବା ବାଟରେ ମୁମ୍ୱାଇ-ନାଗପୁର ଜାତୀୟ ରାଜପଥ ମଝିରେ ମହିଳା ଜଣଙ୍କ ପ୍ରସବ ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ । ଯନ୍ତ୍ରଣା ଅନୁଭବ କରିବା ପରେ ସେ ବସ୍‌ରୁ ଓହ୍ଲାଇ ଯାଇଥିଲେ । ସେଠାରେ ରାସ୍ତା କଡ଼ରେ ହିଁ ଶିଶୁକୁ ଜନ୍ମ ଦେଇଥିଲେ । ପରେ ବସ୍‌ଟି ସେମାନଙ୍କୁ ସେଠାରେ ଛାଡ଼ି  ଅନ୍ୟ ଯାତ୍ରୀଙ୍କ ସହ ଗନ୍ତବ୍ୟ ପଥ ଅଭିମୁଖେ ବାହାରିଥିଲା । କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

ମେଡିକାଲରେ ଭର୍ତ୍ତି ହେବା ପରେ ସ୍ୱାମୀ-ସ୍ତ୍ରୀ ନିଜ ନବଜାତକ ସହ ଫଟୋ ଉଠାଇ ପଠାଇବା ସହ ସେମାନେ ସୁସ୍ଥ ଥିବା ଜଣାଇଛନ୍ତି । ତେବେ ସେମାନେ ଆସୁଥିବା ବସ୍‌ଟି ଅଧା ବାଟରେ ସେମାନଙ୍କୁ ଛାଡ଼ି ଆସିଯାଇଥିବା ବେଳେ ସେମାନେ ଏବେ ମେଡିକାଲରେ ରହିଛନ୍ତି । ସେମାନେ ଏବେ ଘରକୁ କିଭଳି ଆସିବେ ସେ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

Leave a Reply