spot_img

Latest Posts

ଗର୍ଭବତୀକୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଘେରିଗଲେ ସିଂହ ପଲ… ତା’ ପରେ କ’ ଣ ହେଲା ଜାଣନ୍ତୁ

ରାଜକୋଟ: ଗୁଜରାଟ ରାଜକୋଟରେ ଅନ୍ଧାରର ରାଜୁତି । ରାତି ପ୍ରାୟ ୧୦ଟା ୩୦। ଯନ୍ତ୍ରଣାରେ ଛଟପଟ ଆସନ୍ନ ପ୍ରସବାଙ୍କୁ ନେଇ ହସପିଟାଲ୍‌ ଅଭିମୁଖେ ବାହାରିଛି ୧୦୮ ଆମ୍ବୁଲାନ୍‌ସ । ଶୁନଶାନ୍‌ ରାସ୍ତାରେ କେବଳ ଶୁଭୁଥାଏ ଆମ୍ବୁଲାନ୍‌ସର ସାଇରନ୍‌। ମଝିରେ ମଝିରେ ଜଙ୍ଗଲିଆ ରାସ୍ତାକୁ ନିଦରୁ ଉଠାଇ ଦେଉଥାଏ ଗର୍ଭବତୀର ଯନ୍ତ୍ରଣା ।

ଘର ଠାରୁ ପ୍ରାୟ ୧୨ କିଲୋମିଟର ଯିବା ପରେ ହଠାତ୍‌ ଆମ୍ବୁଲାନ୍‌ସକୁ ଘେରିଗଲେ ସିଂହ । ଗୋଟିଏ କି ଦୁଇଟି ନୁହେଁ ବାର ବାରଟି ସିଂହ ଘେରିଗଲେ ଗାଡ଼ିକୁ । ଭୟ ଓ ଆତଙ୍କ ଅଟକାଇ ଦେଲା ପ୍ରସବାର ଯାତ୍ରାକୁ । କାଚ ଝରକା ସେପଟେ ମୃତ୍ୟୁ, ଏପଟେ ନୂଆ ଜୀବନ ଅପେକ୍ଷାରେ ଶିଶୁ। ଆତଙ୍କର କିଛି ମୁହୁର୍ତ୍ତକୁ ଅତିକ୍ରମ କରି ଆମ୍ବୁଲାନ୍‌ସ ଭିତରେ ଜନ୍ମ ନେଇଥିଲା ଶିଶୁ କନ୍ୟା। ଭୟ ନୁହେଁ ଝିଅକୁ ଜନ୍ମ ଦେଇ ଯନ୍ତ୍ରଣାରେ ଛଟପଟ ମାଆ ଅଚେତ ହୋଇ ପଡିଥିଲା। କୁନିଝିଅର କୁଆଁ କୁଆଁ କାନ୍ଦରେ ଯେମିତି ହିଂସ୍ର ସିଂହପଲର ହୃଦୟ ବି ତରଳି ଯାଇଥିଲା।

କିଛି ସମୟ ପରେ ରାସ୍ତା ଛାଡ଼ି ଜଙ୍ଗଲ ମୁହାଁ ହୋଇଥିଲେ ସିଂହ। ଆଶାକର୍ମୀଙ୍କ ମନରେ ସୃଷ୍ଟି ହୋଇଥିବା ଆତଙ୍କ, ଆଶାର ରୂପ ନେଇଥିଲା। ନୀରବି ଯାଇଥିବା ନର୍ସ ଯେମିତି ନିର୍ଭିକ ହୋଇ ଯାଇଥିଲେ। ଆଉ ଡରରେ ଜଡ଼ସଡ଼ ଡ୍ରାଇଭର୍‌ ଏଥର ଗାଡ଼ି ଷ୍ଟାର୍ଟ କରିଥିଲେ।  ଆଉ ଅଚେତ୍‌ ମାଆର ହୋସ୍‌ ଆସିବା ବେଳକୁ ସିଂହ ସହ ବିତିଥିବା ମୁହୁର୍ତ ଯେମିତି ଏକ ଦୁଃସ୍ୱପ୍ନ ପାଲଟି ଯାଇଥିଲା।

Latest Posts

Don't Miss