spot_img

Latest Posts

ନିଜ ମୃତ୍ୟୁର ନକଲି ପ୍ରମାଣ ପତ୍ର ଦେଇ ଜୀବନ ବୀମା କମ୍ପାନୀରୁ ନେଇଥିଲେ ୧୧ କୋଟି

ଇସଲାମାବାଦ: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ନକଲି ମୃତ୍ୟୁ ପ୍ରମାଣପତ୍ର ଦେଇ କମ୍ପାନୀରୁ ପ୍ରାୟ ୧୧ କୋଟି ଟଙ୍କା ଜୀବନ ବୀମା ପାଇଛନ୍ତି । ଏଥିପାଇଁ ସେ କର୍ତ୍ତୃପକ୍ଷଙ୍କୁ ଲାଞ୍ଚ ଦେଇଥିଲେ । ଘଟଣାଟି ହେଉଛି ୨୦୧୧ ମସିହାର ଯେତେବେଳେ ମହିଳା ପାକିସ୍ତାନର ଜଣେ ଡାକ୍ତରଙ୍କ ସମେତ କିଛି ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ । ଏବଂ ସେମାନେ ଉକ୍ତ ମହିଳାଙ୍କ ନାଁରେ ମୃତ୍ୟୁ ପ୍ରମାଣପତ୍ର ପାଇଥିଲେ । ତେବେ ମହିଳାଙ୍କୁ କବର ଦିଆଯାଇଥିବା ଦଲିଲରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ, ଏହି ପ୍ରମାଣପତ୍ର ବ୍ୟବହାର କରି ତାଙ୍କ ପିଲାମାନେ ୧.୫ ମିଲିୟନ ଲେଖାଏଁ ଦୁଇଟି ଜୀବନ ବୀମାର ରାଶି ପ୍ରଦାନ କରିବାକୁ ଦାବି କରିଥିଲେ । ମୃତ ଘୋଷଣା ହେବା ପରେ ଖାରବେ ନାମକ ଏହି ମହିଳା ଜଣଙ୍କ କରାଚି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅତି କମରେ ୧୦ ଥର ବିଦେଶକୁ ଯାତ୍ରା କରିଥିଲେ । ବୋଧହୁଏ ସେ ଏହା କରିବା ପାଇଁ ଜାଲ୍ ଡକ୍ୟୁମେଣ୍ଟ୍ ବ୍ୟବହାର କରିଥାଇ ପାରନ୍ତି, କିନ୍ତୁ କୌଣସି ବିମାନ କମ୍ପାନୀ ଏହି ଜାଲିଆତି ଚିହ୍ନଟ କରିବାରେ ସକ୍ଷମ ହୋଇପାରିନଥିଲେ।

ଅଧିକାରୀ କହିଛନ୍ତି ଯେ, ସେ ପ୍ରାୟ ପାଞ୍ଚଟି ଦେଶ ଗସ୍ତ କରିଥିଲେ କିନ୍ତୁ ପ୍ରତ୍ୟେକ ଥର ସେ ପାକିସ୍ତାନକୁ ଫେରିଥିଲେ । ଆମେରିକୀୟ କର୍ତ୍ତୃପକ୍ଷ ଆମକୁ ଏହି ମହିଳାଙ୍କ ବିଷୟରେ ସଚେତ କରାଇଥିଲେ ଏବଂ ଆମେ ଏହି ବୃହତ୍ ଠକେଇର ତଦନ୍ତ ଆରମ୍ଭ କରିଛୁ । ଏଫଆଇଏ ମାନବ ଚାଲାଣ ବିଭାଗ ବର୍ତ୍ତମାନ ମହିଳାଙ୍କ ସମେତ, ତାଙ୍କ ପୁଅ, ଝିଅ ଏବଂ ଡାକ୍ତରଙ୍କ ସମେତ କିଛି ସ୍ଥାନୀୟ ସରକାରୀ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି।

Latest Posts

Don't Miss