ଟ୍ରେନ ଶୌଚାଳୟରୁ ମୃତଦେହ ମିଳିବା ଘଟଣା; ମୃତ ମହିଳାଙ୍କ ପୋଷ୍ଟର ଲଗାଇଲା GRP
1 min read
ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗର କୋଚିଂ ୟାର୍ଡରେ ଟ୍ରେନ ଶୌଚାଳୟରୁ ମୃତଦେହ ମିଳିବା ଘଟଣା । ମୃତ ମହିଳାଙ୍କ ପୋଷ୍ଟର ଲଗାଇଲା GRP । ଭୁବନେଶ୍ୱର ରେଳ ଷ୍ଟେସନ, ରାଜ୍ୟ ବାହାରର ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ଜାଗାରେ GRP ପକ୍ଷରୁ ପୋଷ୍ଟର ଲଗାଯାଇଛି। ମୃତ ମହିଳାଙ୍କ ବିଷୟରେ ଯେଉଁ ବ୍ୟକ୍ତି ଖବର ଦେବେ ତାଙ୍କୁ ପୁରସ୍କାର ଦିଆଯିବ। ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ପୋଲିସ କହିଛି ।
ସେପଟେ ଆଜି ସତ୍ୟନଗର ଶ୍ମଶାନରେ ଟ୍ରେନ ଶୌଚାଳୟରୁ ମିଳିଥିବା ମହିଳାଙ୍କ ମୃତଦେହର ଶେଷକୃତ୍ୟ କରିବ ପୋଲିସ । ମୃତଦେହ ସଂସ୍କାର ପୂର୍ବରୁ ମହିଳାଙ୍କ ହାଡ଼, ଚୁଟି ଓ ପୋଷାକର ଫଟୋ ଉଠାଇବ ପୋଲିସ।