ଟ୍ରେନ ଲାଇନରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର

1 min read

ଟ୍ରେନରୁ ପଡି ମହିଳାଙ୍କ ମୁତ୍ୟୁ । ବିଳମ୍ବିତ ରାତିରେ ସୋର ଷ୍ଟେସନରେ ଜଣେ ମହିଳା ଟ୍ରେନରୁ ଖସି ପଡିଥିବାରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସୋର ଷ୍ଟେସନରୁ ଭଦ୍ରକ ଅଭିମୁଖେ ଟ୍ରେନ ଯାତାୟାତ କରୁଥିବା ଅପ ଡାଉନ ଟ୍ରାକ ମଝିରେ ମହିଳାଙ୍କ ଶବ ପଡିଥିଲା । ତେବେ ଏପର୍ଯ୍ୟନ୍ତ ମହିଳାଙ୍କର କୌଣସି ପରିଚୟ ମିଳିପାରି ନାହିଁ ।  ଅନ୍ୟପଟେ ପୋଲିସ ମହିଳାଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଜଣଙ୍କ ନିଜେ ଖସିପଡିଲେ ନା ତାଙ୍କ ସହ ଆଉ କିଛି ଘଟିଥିଲା ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ । ')}

Leave a Reply