ନାଚୁ ନାଚୁ ଟଳିପଡିଲେ ଯୁବତୀ, ହାର୍ଟଆଟାକରେ ଚାଲିଗଲା ଜୀବନ !

1 min read

ନନ୍ଦିଘୋଷ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । ଭଉଣୀ ବାହାଘରରେ ଖୁସିରେ ନାଚୁଥିବା ବେଳେ ହଠାତ ଟଳିପଡିଲେ ଯୁବତୀ ।  ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ ।  ଭାରତରେ କରୋନା ପରେ ହାର୍ଟଆଟାକ ଜନିତ ମୃତ୍ୟୁ ବଢିବାରେ ଲାଗିଛି । ହାର୍ଟଆଟାକରେ ଚାଲିଯାଉଛି ଯୁବପିଢିଙ୍କ ଜୀବନ । ତେବେ ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବିଦିଶାରେ । ପ୍ରତିଦିନ ହୃଦଘାତରେ ମୃତ୍ୟୁବରଣ କରିଥିବା ଲୋକଙ୍କ କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ କିଛି ଲୋକମାନେ ଚାଲିବା ସମୟରେ ହୃଦଘାତର ଶିକାର ହେଉଛନ୍ତିତ କିଏ ନାଚିବା ସମୟରେ ।

ବିଦିଶାର ଏକ ରିସର୍ଟରେ ବିବାହ ଶେଭେଯାତ୍ରାରେ ଶୋକର ଛାୟା ଖେଳିଯାଇଛି । ଯୁବତୀ ଜଣକ ସମ୍ପର୍କୀୟ ଭଉଣୀଙ୍କ ବାହାଘରରେ ଷ୍ଟେଜରେ ନାଚୁଥିବା ବେଳେ ହଠାତ ମୁହଁମାଡି ତଳେ ପଡିଯାଇଥିଲେ । ପଡିବାପରେ ଆଉ ଉଠିନଥିଲେ ।  ପରେ ସେଠାରେ ଉପସ୍ଥିତ ପରିବାର ସଦସ୍ୟମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଗଲେ। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦେଖନ୍ତୁ ଭିଡିଓ ..

ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ଯୁବତୀ ଜଣକ ଖୁସିରେ ନାଚୁଛନ୍ତି । ଝିଅଟି ଏତେ ସୁନ୍ଦର ନୃତ୍ୟ ପରିବେଷଣ କରୁଥିଲା ଯେ, ଆଖି ଖୋସି ହେଇଯାଉଥିଲା । କିଛି ସମୟ ନାଚିବା ପରେ ହଠାତ  ଝିଅଟି ତଳେ ପଡ଼ିଯାଇଥିଲା । ପରେ ସେଠାରେ ଉପସ୍ଥିତ ଲୋକ ଝିଅଟିକୁ ଯେତେ ଡାକିଥିଲେ ମଧ୍ୟ ଶୁଣିନଥିଲେ ।  ସେଠାରେ ଉପସ୍ଥିତ ତାଙ୍କ ସମ୍ପର୍କୀୟମାନେ କିଛି ବୁଝିପାରିଲେ ନାହିଁ, କିନ୍ତୁ ଯେତେବେଳେ ବହୁତ ସମୟ ପର୍ଯ୍ୟନ୍ତ କୌଣସି ଗତିବିଧି ନ ଥିଲା, ଲୋକମାନେ ମଞ୍ଚ ଉପରକୁ ଆସିଥିଲେ ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ ।

ରିପୋର୍ଟ ଅନୁସାରେ, ଏହି ଭିଡିଓଟି ବିଦିଶାର ଏବଂ ମୃତ ଝିଅଟିର ନାମ ପରିଣୀତା ଜୈନ ଯିଏ ତାଙ୍କ ସମ୍ପର୍କୀୟ ଭଉଣୀଙ୍କ ବିବାହ ପାଇଁ ମଗଧାମ ରିସର୍ଟ ଆସିଥିଲେ। ତେବେ ଝିଅଟିକୁ ହାର୍ଟ ଆଟାକ ହୋଇଥିବା ସନ୍ଦେହ କରାଯାଉଛି ।